ବୟଫ୍ରେଣ୍ଡ ସହ ଡ୍ୟାନ୍ସ କରୁଥିବା ବେଳେ ଅଙ୍କିତା ଲୋଖଣ୍ଡେ ହେଲେ ରୋମାଣ୍ଟିକ୍, ଲିପ୍ ଲକ୍ ଭିଡିଓ ଭାଇରାଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଲୋକମାନେ ଦିପାବଳୀ ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି ଏବଂ ସର୍ବତ୍ର ଏହି ପର୍ବ ବହୁତ ଉତ୍ସାହ ଓ ଗୌରବ ସହିତ ପାଳନ କରାଯାଏ । ସେଲିବ୍ରେଟମାନେ ମଧ୍ୟ ଏହି ପର୍ବକୁ ବର୍ଷସାରା ଅପେକ୍ଷା କରନ୍ତି, ଯେଉଁଥିରେ ଟିଭି ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ମଧ୍ୟ ଦିପାବଳୀକୁ ସବୁବେଳେ ବହୁତ ବଡ଼ ଧୂମଧାମ ଏବଂ ଖୁସିର ସହ ପାଳନ କରୁଥିବା ଦେଖାଯାଏ । ଏହି ସମୟରେ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଦିୱାଲୀ ପାର୍ଟି ମଧ୍ୟ ଆରମ୍ଭ ହୋଇଛି ।

ଅଙ୍କିତା ଲୋଖଣ୍ଡେଙ୍କ ଦିୱାଲୀ ସେଲିବ୍ରେସନର ଆରମ୍ଭ ନିଜର ସାଙ୍ଗ ଏବଂ ବୟଫ୍ରେଣ୍ଡ ବିକି ଜୈନଙ୍କ ସହ କରିଥିଲେ । ଏହି ଅଭିନେତ୍ରୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନେକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ମାରୁନ ଶାଢ଼ୀ ସହିତ ଏକ ଷ୍ଟେଟମେଣ୍ଟ ହାରରେ ସୁନ୍ଦର ଦେଖାଯାଉଛନ୍ତି । ଅନେକ ଭିଡିଓରେ ପବିତ୍ର ରିସ୍ତାର ଏହି ଅଭିନେତ୍ରୀଙ୍କୁ ନିଜ ସାଙ୍ଗମାନଙ୍କ ସହିତ ନାଚୁଥିବା ଦେଖିବାକୁ ମିଳିଅଛି ।

ଅଙ୍କିତା ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନେକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓଗୁଡିକ ମଧ୍ୟରୁ ଗୋଟିଏରେ ଅଙ୍କିତା ଏବଂ ବିକି ଏକାଠି ନାଚୁଥିବାର ନଜର ଆସିଛନ୍ତି । ସେଇଠି ଏକାଠି ନାଚିବାବେଳେ ଦୁହେଁ ପରସ୍ପରକୁ ଚୁମ୍ବନ ଦିଆ ନିଆ ହେଉଛନ୍ତି । ଏହି ଯୋଡି ଏକା ସଂଗେ ବହୁତ ସୁନ୍ଦର ଏବଂ ଖୁସି ଦେଖାଯାଉଛନ୍ତି ।


ସେୟାର କରନ୍ତୁ