Coronavirus: ଦେଶରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 13 ହଜାର 058 ନୂଆ କରୋନା କେସ, 164 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା କେସ ଦିନକୁ ଦିନ କମିବାକୁ ଲାଗି ଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 13 ହଜାର 058 ନୂଆ କେସ ସାମ୍ନାକୁ ଆସିଅଛି, ଯାହାକି ଏହି ମାମଲା 231 ଦିନ ପରେ ଗୋଟିଏ ଦିନରେ ସବୁଠାରୁ କମ କେସ ଦର୍ଜ କରାଯାଇଅଛି । ତେବେ 24 ଘଣ୍ଟା ମଧ୍ୟରେ 164 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 19 ହଜାର 470 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 13 ହଜାର 058
ଏପର୍ଯ୍ୟନ୍ତ ମୋଟ ମାମଲା – 3 କୋଟି 40 ଲକ୍ଷ 94 ହଜାର 373

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 19 ହଜାର 470
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -3 କୋଟି 34 ଲକ୍ଷ 58 ହଜାର 801

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 1 ଶହ 64
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 52 ହଜାର 454

ମୋଟ ଆକ୍ଟିଭ କେସ- ଏକ ଲକ୍ଷ 83 ହଜାର 118

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 18 ଅକ୍ଟୋବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 59 କୋଟି 31 ଲକ୍ଷ 06 ହଜାର 188 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 11 ଲକ୍ଷ 81 ହଜାର 314 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ