କାର୍ତ୍ତିକ ଆର୍ଯ୍ୟନଙ୍କ ‘ଧାମକା’ ଟ୍ରେଲର ରିଲିଜ, ଅଭିନେତା ଏକ ଅଲଗା ଭୂମିକାରେ ଅବତୀର୍ଣ୍ଣ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଧମାକା’ର ଟ୍ରେଲର ଆଜି ମୁକ୍ତିଲାଭ କରିଛି । କାର୍ତ୍ତିକ ଆର୍ଯ୍ୟନ୍ ଏହି ଚଳଚ୍ଚିତ୍ରରେ ସାମ୍ବାଦିକ ଅର୍ଜୁନ ପଠକଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଟ୍ରେଲରରେ କାର୍ତ୍ତିକଙ୍କୁ ବହୁତ ଇନ୍ଟରେଷ୍ଟିଙ୍ଗ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ରାମ ମାଧବନୀ। ଏହି ଚଳଚିତ୍ରରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଫିଲ୍ମରେ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳୁଛି ଏବଂ ନିଶ୍ଚିତ ଭାବରେ ଅଭିନେତାଙ୍କ ପରିବର୍ତ୍ତନ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଜ୍ଞା ହଁ, କାର୍ତ୍ତିକ ଏପର୍ଯ୍ୟନ୍ତ ରୋମାଣ୍ଟିକ-କମେଡି ଚଳଚ୍ଚିତ୍ର ସହିତ ଲୋକଙ୍କ ହୃଦୟ ଜିତିଛନ୍ତି । ଏଭଳି ପରିସ୍ଥିତିରେ ‘ଧମାକା’ ତାଙ୍କ କ୍ୟାରିୟରର ଟର୍ଣ୍ଣିଙ୍ଗ ପଏଣ୍ଟ ସାବ୍ୟସ୍ତ ହୋଇପାରେ ।

ଉଲ୍ଲେଖନୀୟ କଥା ହେଉଛି, ଦର୍ଶକ କାର୍ତ୍ତିକଙ୍କୁ ଏପରି ଭୂମିକାରେ ପୂର୍ବରୁ ଦେଖି ନଥିଲେ । ଏହି କାରଣରୁ ପ୍ରଶଂସକମାନେ ତାଙ୍କ ଏହି ନୂତନ ଅବତାର ଦେଖିବାକୁ ବହୁତ ଉତ୍ସାହିତ ଅଛନ୍ତି । ଟ୍ରେଲରରେ ଦର୍ଶକଙ୍କୁ ପ୍ରତ୍ୟେକ ଜିନିଷର ଝଲକ ଦିଆଯାଇଛି ଯାହାକୁ ସେମାନେ ଫିଲ୍ମରେ ଦେଖିବାକୁ ପାଇବେ । ଅଭିନେତା ନିଜକୁ ଚରିତ୍ରରେ ସଂପୂର୍ଣ୍ଣ ରୂପେ ଗଢିଛନ୍ତି । ‘ଧାମାକା’ରେ କାର୍ତ୍ତିକ ଜଣେ ନ୍ୟୁଜ ଆଙ୍କର ଅର୍ଜୁନ ପାଠକଙ୍କ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ କି ତାଙ୍କ ରେଡିଓ ଶୋ’ରେ ଏକ ଚମକପ୍ରଦ କଲ୍ ପାଇ କ୍ୟାରିୟର ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଦେଖନ୍ତି । ତେବେ ଅର୍ଜୁନ ପାଠକଙ୍କୁ ଏଥିପାଇଁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡିଅଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ….

ଏକ ସଲିଡ଼ ଇମ୍ଫେକ୍ଟ ସୃଷ୍ଟି କରି ଟ୍ରେଲର ସୋସିଆଲ ମିଡିଆରେ ହଲଚଲ କରିଅଛି । ପ୍ରଶଂସକମାନେ କାର୍ତ୍ତିକଙ୍କ ପ୍ରଦର୍ଶନକୁ ପ୍ରଶଂସା ନ କରି ରହି ପାରିବେ ନାହିଁ । ରାମ ମାଧବନୀ ନିଜର ଅଭିନେତାମାନଙ୍କଠାରୁ ବେଷ୍ଟ ବାହାର କରିବାରେ ମାହିର ଏବଂ ‘ଧାମକା’ର ଟ୍ରେଲରକୁ ଦେଖିବା ପରେ ଏହା କହିବା ଭୁଲ ହୋଇ ଯିବ କି, ଏହା ଆଜି ପର୍ଯ୍ୟନ୍ତ କାର୍ତ୍ତିକ ଆର୍ଯ୍ୟନଙ୍କ ସବୁଠାରୁ ଭଲ ପ୍ରଦର୍ଶନ ହେବ ।


ସେୟାର କରନ୍ତୁ