ରୋହନପ୍ରୀତ ସିଂହ ଏବଂ ଜସ୍ମିନ୍ ଭସିନଙ୍କ ନୂଆ ଗୀତ ‘ପିନେ ଲଗେ ହୋ’ ହେଲା Release, ଦେଖନ୍ତୁ ଭିଡ଼ିଓ…

ସିନେମା
ସେୟାର କରନ୍ତୁ

Peene Lage Ho Song Release: ଅପାର ସଫଳତା ହାସଲ କରିବା ପରେ ମେଲୋଡି କୁଇନ ନେହା କକ୍କର ବର୍ତ୍ତମାନ ନିଜ ସ୍ୱାମୀ ରୋହନପ୍ରୀତ ସିଂହଙ୍କ ଗୀତ ‘ପିନେ ଲଗେ ହୋ’ ପାଇଁ ନିର୍ଦ୍ଦେଶକ ଭୂମିକାରେ ନଜର ଆସିଛନ୍ତି । ଏହି ରୁହାନି ଗୀତକୁ ଆଜି ରିଲିଜ କରାଯାଇଛି । ନେହା କକ୍କରଙ୍କ ନିର୍ଦ୍ଦେଶିତ ଏହି ମ୍ୟୁଜିକ୍ ଭିଡିଓରେ ରୋହନପ୍ରୀତ ଏବଂ ବିଗ୍ ବସ୍ 14 ର ଜଣାଶୁଣା ପ୍ରତିଯୋଗୀ ଜସ୍ମିନ୍ ଭସିନ୍ ନଜର ଆସିଛନ୍ତି । ଦେଶୀ ମ୍ୟୁଜିକ ଫ୍ୟାକ୍ଟ୍ରିର ଅଂଶୁଲ ଗର୍ଗଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତଟିକୁ ରଜତ ନାଗପାଲ କମ୍ପୋଜ କରିଛନ୍ତି ଏବଂ କିରତ ଗିଲ ଲେଖିଛନ୍ତି ।

ଗୀତ ‘ପିନେ ଲଗେ ହୋ’ ଏକ ହାର୍ଟକୁ ଛୁଇଁବା ଵାଲା ହୃଦୟସ୍ପର୍ଶୀ ଗୀତ ଅଟେ । ନେହାଙ୍କୁ ବିବାହ କରିବା ପରେ ଏକକ ଗାୟକ ଭାବରେ ରୋହନପ୍ରୀତଙ୍କର ଏହା ପ୍ରଥମ ଗୀତ । ଏହି ଗୀତର ପ୍ରଥମ ଲୁକ୍ ଏବଂ ଟିଜର ଦ୍ୱାରା ସୃଷ୍ଟି ହୋଇଥିବା ଉତ୍ସାହ ମଧ୍ୟରେ ଏହାକୁ ରିଲିଜ କରାଯାଇଛି । ଦେଶୀ ମ୍ୟୁଜିକ୍ ଫ୍ୟାକ୍ଟ୍ରି ଦ୍ୱାରା ପ୍ରସ୍ତୁତ ହୋଇଥିବା ‘ପିନେ ଲଗେ ହୋ’ ଗୀତ ବର୍ତ୍ତମାନ ସମସ୍ତ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ…


ସେୟାର କରନ୍ତୁ