ସେପ୍ଟେମ୍ବର ମାସର କୋଭିଡ୍ ଗାଇଡ ଲାଇନ ଜାରି କଲେ ରାଜ୍ୟ ସରକାର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ ସେପ୍ଟେମ୍ବର ମାସ 1ଠାରୁ ଅକ୍ଟୋବର ମାସ 1 ପର୍ଯ୍ୟନ୍ତ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଏଥର କଟକଣାକୁ ଆହୁରି କୋହଳ କରିଛନ୍ତି । ସହରାଞ୍ଚଳରେ ନାଇଟ୍ କର୍ଫ୍ଯୁ ରାତି 10ଟାରୁ ସକାଳ 5ଟା ପର୍ଯ୍ୟନ୍ତ ରହିବ । ସପ୍ତାହାନ୍ତ ସଟ୍‌ଡାଉନ୍ ରହିବ ନାହିଁ । ଦୋକାନ ବଜାର, ସପିଙ୍ଗ ମଲ ଇତ୍ୟାଦି ସକାଳ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଖୋଲା ରହିବ । ନୂଆ ଗାଇଡଲାଇନ୍‌ ନେଇ ପ୍ରେସବାର୍ତ୍ତା ଜରିଆରେ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା ।

ନୂଆ ଗାଇଡଲାଇନ୍ ଅନୁଯାୟୀ, ବିବାହ କାର୍ଯ୍ୟରେ ଏଣିକି 250 ଜଣ ଉପସ୍ଥିତ ରହିପାରିବେ । ତେବେ ବିବାହ ଶୋଭାଯାତ୍ରାରେ ସର୍ବାଧିକ 50 ଲୋକ ଏକତ୍ରିତ ହୋଇପାରିବେ । ଏହା ସହିତ ସୁଦ୍ଧିକ୍ରିୟାରେ ମଧ୍ୟ 250 ଜଣ ରହିବା ନେଇ ଗାଇଡଲାଇନ୍‌ ଜାରି କରିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା । କିନ୍ତୁ ଏହି ସବୁ ଜିନିଷ କୋଭିଡ୍ ଗାଇଡ ଲାଇନ ଅନୁଯାୟୀ କରିବାକୁ ପଡିବ ।

ତେବେ ରାତି 10ଟାରୁ ଭୋର 5ଟା ଯାଏଁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍‌କର୍ଫ୍ୟୁ ଜାରି ରହିବ । କେବଳ ଜରୁରୀ ସେବା ବ୍ୟତିତ ସାଧାରଣ ଯାଆସ ଉପରେ କଟକଣା ବଳବତ୍ତର ରହିବ । ସାରା ରାଜ୍ୟରେ ସକାଳ 5ଟାରୁ ରତା 10ଟା ଯାଏ ଦୋକାନ ବଜାର ଖୋଲା ରହିବ । ସିନେମା ହଲ ଗୁଡିକ ପୂର୍ଣ୍ଣ କ୍ଷମତାରେ ଚାଲିପାରିବ । ରେଷ୍ଟୁରାଣ୍ଟ, ମଲ, ସିନେମା ହଲ, ଧାର୍ମିକ ସ୍ଥଳୀ କରୋନା କଟକଣା ମାନି ପୂର୍ବଭଳି ଚାଲି ପାରିବ । ସେହିପରି ସାରା ରାଜ୍ୟରେ ଥିବା ସୂଚନା କେନ୍ଦ୍ର, ପାଠାଗାରଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମେଳା ମଉଛବ, ପ୍ରଦର୍ଶନୀ ଉପରେ କଟକଣା ଜାରି ରହିବ ।

ଅଗଷ୍ଟ ମାସର 9 ଅନୁଯାୟୀ ଜାରି କରାଯାଇଥିବା ଗାଇଡ ଲାଇନ ଅନୁଯାୟୀ ପୂଜା ପାର୍ବଣ ନୀତି କରାଯାଇ ପାରିବ । ତେବେ ଯଦି କୌଣସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିପାଏ ତେବେ ସ୍ଥାନୀୟ ପ୍ରଶାସନ ଚାହିଁଲେ ସାନି କଟକଣା ଲାଗୁ କରିପାରି​‌ବେ ।


ସେୟାର କରନ୍ତୁ