‘ଆରା ମେଁ ଦୋବାରା’ ପୱନ ସିଂହ କରୁଛନ୍ତି କମାଲ, କିଛି ସମୟ ମଧ୍ୟରେ ଏତେ ମିଲିୟନ୍ ବ୍ୟୁଜ ହେଲା ପାର

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଗୀତ : ଭୋଜପୁରୀ ସିନେମାର ସୁପରଷ୍ଟାର ପୱନ ସିଂହ ନିଜର ଆଉ ଏକ ନୂଆ ଗୀତ ରିଲିଜ କରିଛନ୍ତି । ଯାହା ରିଲିଜ୍ ହେବା ମାତ୍ରେ ଭାଇରାଲ୍ ହେବାରେ ଲାଗିଛି । ଏହି ଗୀତ ନିକଟରେ ମୁକ୍ତିଲାଭ କରିଛି ଏବଂ ଏହା ଏହି କିଛି ସମୟ ମଧ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ବ୍ୟୁଜ ଅତିକ୍ରମ କରିଅଛି । ଏହି ଜବରଦସ୍ତ ଏବଂ ସୁପରହିଟ୍ ଗୀତର ନାମ ହେଉଛି ‘ଆରା ମେଁ ଦୋବାରା’ ।

ଗୀତର ସମ୍ପୂର୍ଣ୍ଣ ଭିଡିଓ ଏପର୍ଯ୍ୟନ୍ତ ଆସିନାହିଁ, କେବଳ ଅଡିଓ ରିଲିଜ୍ ମାଧ୍ୟମରେ ପୱନ ସିଂହଙ୍କ ଏହି ନୂଆ ଭୋଜପୁରୀ ଗୀତ ଧୁମ ମଚାଉ ଅଛି । ଏହି ଗୀତର ପୋଷ୍ଟରରେ ଏହା ଦେଖିବାକୁ ମିଳେ ଯେ ପୱନ ସିଂହ ସାର୍ଟଲେସ୍ ଅଛନ୍ତି ଏବଂ ନିଜ ନିଶକୁ ସାଉଁଳୁ ଥିବାର ଦେଖାଯାଉଛନ୍ତି । ଗୀତ ସହିତ ପୋଷ୍ଟର ମଧ୍ୟ ବହୁତ ଭଲ ହୋଇଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ଏହି ଭାଇରାଲ୍ ଗୀତକୁ ପୱନ ସିଂହ ଏବଂ ପୁଣିତା ପ୍ରିୟା ଏକାଠି ଗାଇଛନ୍ତି । ମ୍ୟୁଜିକ ପ୍ରିୟାଂଶୁ ସିଂହ ଦେଇଛନ୍ତି ଏବଂ ଗୀତ ବିକି ବିଶାଲ ଲେଖିଛନ୍ତି । ମା ଆମ୍ମା ଫିଲ୍ମର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଥିବା ଏହି ଗୀତକୁ ଏପର୍ଯ୍ୟନ୍ତ 2 ଲକ୍ଷରୁ ଥରରୁ ଅଧିକ ଥର ଦେଖାଯାଇ ସାରିଲାଣି ।


ସେୟାର କରନ୍ତୁ