ୟୁପିର ପୂର୍ବତନ ସିଏମ୍ କଲ୍ୟାଣ ସିଂହଙ୍କ ଦେହାନ୍ତ

ଦେଶବିଦେଶ
ସେୟାର କରନ୍ତୁ

ଲଖନଓ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ବରିଷ୍ଠ ନେତା କଲ୍ୟାଣ ସିଂହଙ୍କର ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ଗତକାଲି ରାତି ପ୍ରାୟ 9.15 ସମୟରେ ଲଖନଓରେ ଦେହାନ୍ତ ହୋଇଛି । ତାଙ୍କୁ 89 ବର୍ଷ ବୟସ ହୋଇଥିଲା । କଲ୍ୟାଣ ସିଂହଁଙ୍କର ଶେଷ ରୀତି ଅଗଷ୍ଟ 23 ରେ ନାରୋରାରେ ଗଙ୍ଗା କୂଳରେ ଅନୁଷ୍ଠିତ ହେବ । କଲ୍ୟାଣ ସିଂହଙ୍କ ମୃତ୍ୟୁକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ତିନି ଦିନିଆ ରାଜକିୟ ଶୋକ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଂହଙ୍କ ମୃତ୍ୟୁକୁ ସମବେଦନା ଜଣାଇ କହିଛନ୍ତି ଯେ ଭାରତର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଆଗାମୀ ପିଢ଼ି ଏଥିପାଇଁ ତାଙ୍କୁ କୃତଜ୍ଞ କରିବେ । ସେ କଲ୍ୟାଣ ସିଂହଙ୍କ ପୁଅ ରାଜଭୀର ସିଂହଙ୍କ ସହ କଥା ହେବା ସହ ସମବେଦନା ଜଣାଇଛନ୍ତି । ମୋଦି ଟୁଇଟ୍ କରି କହିଛନ୍ତି, ଦୁଃଖର ଏହି ସମୟରେ ମୋ ପାଖରେ କୌଣସି ଶବ୍ଦ ନାହିଁ । କଲ୍ୟାଣ ସିଂହ ଜଣେ ମହାନ ରାଜନେତା ତଥା ପୃଷ୍ଠଭୂମି ସହିତ ଜଡିତ ଦକ୍ଷ ପ୍ରଶାସକ ହେବା ସହିତ ଜଣେ ମହାନ ବ୍ୟକ୍ତିତ୍ୱର ମାଲିକ ଥିଲେ । ଉତ୍ତରପ୍ରଦେଶର ବିକାଶରେ ତାଙ୍କର ଅବଦାନ ଅବିସ୍ମରଣୀୟ । ଏହି ଦୁଃଖରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ଗଭୀର ସମବେଦନା ।

କଲ୍ୟାଣ ସିଂହ ଭାରତର ବହୁ ଜନବହୁଳ ଉତ୍ତରପ୍ରଦେଶର ଦୁଇଥର ମୁଖ୍ୟମନ୍ତ୍ରୀ ଥିଲେ – ଜୁନ୍ 1991 ରୁ ଡିସେମ୍ବର 1992 ଏବଂ ସେପ୍ଟେମ୍ବର 1997 ରୁ ନଭେମ୍ବର 1999 ପର୍ଯ୍ୟନ୍ତ ।


ସେୟାର କରନ୍ତୁ