ପରଦାରେ ପୁଣିଥରେ ଶାହାରୁଖ କରିନା ଯୋଡି ନଜର ଆସିବେ

ସିନେମା
ସେୟାର କରନ୍ତୁ

ଅନେକ ଦିନର ବ୍ୟବଧାନ ପରେ ଏବେ ପୁଣିଥରେ ପରଦାରେ ନଜର ଆସିବାକୁ ଯାଉଛନ୍ତି କିଙ୍ଗଖାନ ଓ ବେବୋ । ତେବେ ବିଧିବଦ୍ଧ ଭାଵେ କିଛି ଘୋଷଣା ହେଇନଥିଲେ ମଧ୍ୟ ଏହି ଦୁଇ ଚର୍ଚିତ ଯୋଡି ପୁଣିଥରେ ପରଦାକୁ ଆସୁଛନ୍ତି । ତେବେ କେଉଁ ଫିଲ୍ମରେ ଦୁହେଁ ନଜର ଆସିବେ ଏବେ ଯାଏ ସ୍ପଷ୍ଟ ହୋଇ ନାହିଁ ।

ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ଲେଉଟାଣିକୁ ଦର୍ଶକେ ବେଶ୍‌ ଆଗ୍ରହର ସହ ଅପେକ୍ଷା ରଖିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲା ଶାହାରୁଖ କରନ ଜୋହରଙ୍କ ଫିଲ୍ମରେ ଦର୍ଶକଙ୍କ ପାଖକୁ ପୁଣିଥରେ ଫେରିବେ। ଏବେ କିନ୍ତୁ ଶୁଣିବାକୁ ମିଳିଛି ଶାହାରୁଖ ବଲିଉଡ୍‌ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ଆଉ ଏଥିରେ ତାଙ୍କ ଅପୋଜିଟର ନାୟିକା ଅଛନ୍ତି ବଲିଉଡ୍‌ ବେବୋ କରିନା କପୁର ଖାଁ। ଯଦିଓ ଏହା ଅଫିସିୟାଲି ଘୋଷଣା କରାଯାଇନାହିଁ ତଥାପି ଏହି ଯୋଡି ଏଥର ପରଦାରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। କିଛିଦିନ ହେବ ବଡ ପରଦାରୁ ବିରତି ନେଇଥିବା ଶାହାରୁଖ ଏଥର ଭଲ ଷ୍ଟୋରୀ ସହ ଫେରିବାକୁ ଚାହୁଁଥିବା ଜଣାପଡିଛି। କାହିଁକିନା ଏହା ପୂର୍ବରୁ ‘ଜିରୋ’ରେ ତାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସି ନ ଥିବା ବେଳେ ସେ ଏକ ପ୍ରକାର ଲାଇମ୍‌ ଲାଇଟରୁ ଦୂରେଇ ଯାଇଥିଲେ। ତେଣୁ ଏବେ ଆଲୋଚନା ହେଉଛି ଏଥର ଶାହାରୁଖଙ୍କ ପସନ୍ଦ ତାଙ୍କ କ୍ୟାରିୟରକୁ ପୁଣିଥରେ ଟ୍ରାକ୍‌କୁ ଫେରାଇ ଆଣିବ ତ!


ସେୟାର କରନ୍ତୁ