‘ତୁମ୍ ତୋ ଠହରେ ପରଦେଶୀ’ର ପ୍ରସିଦ୍ଧ ଗାୟକ ଆଲତାଫ୍ ରାଜାଙ୍କ 5 ସୁପରହିଟ୍ ଗୀତ, ଯାହା କରିଦେବ ଭାବପ୍ରବଣ- ଦେଖନ୍ତୁ ଭିଡିଓ

ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର : ‘ତୁମ୍ ତୋ ଠହରେ ପରଦେଶୀ ସାଥ୍ କ୍ୟା ନିଭାଓଗେ’ର ପ୍ରସିଦ୍ଧ ଗାୟକ, ଯାହାକୁ ଗାଇକରି ସେ ରାତାରାତି ଷ୍ଟାର୍ ହୋଇଥିଲେ । ଏହି ଗୀତ ସହିତ ଆଲତାଫ ରାଜା ଏକ ନୂଆ ରେକର୍ଡ ସ୍ଥାପନ କରିଥିଲେ । ଏହା ହେଉଛି ସେହି ଗୀତ ଯାହା ତାଙ୍କୁ ଅପାର ସୁନାମ ଦେଇଛି । ସେହି ସମୟରେ ଆଲତାଫ ରାଜା ଅନେକ ଚର୍ଚାରେ ରହିବା ପରେ ହଠାତ୍ ଦେଖାଯିବା ବନ୍ଦ ହୋଇଯାଇଥିଲେ । ଏହା କହିବା ଠିକ ହେବ ଯେ ସେ ନିଜକୁ ଇଣ୍ଡଷ୍ଟ୍ରିରୁ ଦୂରେଇ ରଖିଥିଲେ, କିନ୍ତୁ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି ଯେ ଅଲତାଫ ରାଜା ପୁଣିଥରେ ଅତି ସୁନ୍ଦର ଗୀତ ‘ସାଥ କ୍ୟା ନିଭାଓଗେ’ର ରିମେକ ଆଣିଛନ୍ତି । ଏହି ଗୀତରେ ଟୋନି କକ୍କଡ଼ ମଧ୍ୟ ତାଙ୍କ ସହ ଅଛନ୍ତି । ଫରାହ ଖାନଙ୍କ ନିର୍ଦ୍ଦେଶିତ ଏହି ଗୀତଟି ସୋନୁ ସୁଦ ଏବଂ ନିଧି ଅଗ୍ରୱାଲଙ୍କୁ ନେଇ ଫିଲ୍ମୟା ଯାଇଛି । ଏହି ଗୀତ ରିଲିଜ୍ ହେବା ମାତ୍ରେ ଲୋକମାନେ 1990 ଦଶକକୁ ପୁଣି ଥରେ ମନେ ପକାଉଛନ୍ତି । ଆସନ୍ତୁ ଦେଖିବା ଆଲତାଫ ରାଜାଙ୍କର 5 ଟି ଭାବପ୍ରବଣ ଗୀତ …

ପହଲେ ତୋ କଭୀ କଭୀ ଗମ ଥା
2000 ରେ ମୁକ୍ତିଲାଭ କରିଥିବା ଆଲତାଫ ରାଜାଙ୍କ ଗୀତ ‘ପେହଲେ ତୋ କଭୀ କଭୀ ଗମ ଥା’ ରିଲିଜ ହେବା ମାତ୍ରେ ଲୋକଙ୍କ ହୃଦୟରେ ଜାଗା ସୃଷ୍ଟି କରିଥିଲା ।

ଇସ୍କ ଅଓର ପ୍ୟାର କା ମଜା ଲିଜିୟେ
1997 ରେ ମୁକ୍ତିଲାଭ କରିଥିବା ଆଲତାଫଙ୍କ ଗୀତ ‘ଇସ୍କ ଅଓର ପ୍ୟାର କା ମଜା ଲିଜିୟେ’ରେ ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବଂ ଜ୍ୟାକି ଶ୍ରଫ ମଧ୍ୟ ଅଭିନୟ କରିଥିଲେ ।

ଆୱାରା ହୱା କା ଝୁକା ହୁଁ
ଆଲତାଫଙ୍କର ସର୍ବୋତ୍ତମ ଗୀତଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ‘ଆୱାରା ହୱା କା ଝୁକା ହୁଁ’ ଅଟେ ।

ତୁମ୍ ତୋ ଠହରେ ପରଦେଶୀ

ଏହି ଗୀତଟି ଆଲତାଫ ରାଜାଙ୍କର ଅନ୍ୟତମ ପ୍ରସିଦ୍ଧ ଗୀତ, ଏହି ଗୀତ ତାଙ୍କୁ ରାତାରାତି ଜଣେ ଷ୍ଟାର କରିଦେଇଥିଲା ​​।

ତୁଜ୍ ସେ ଫିର୍ ମେଁ ଦିଲ୍ ଲଗାନା ଚାହାଁତା ହୁଁ
ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ଏହା ମଧ୍ୟ ଆଲତାଫଙ୍କ ହୃଦୟ ସ୍ପର୍ଶକାତର ଗୀତ ଅଟେ । ଏହି ଗୀତଟି ଲୋକମାନଙ୍କ ଦ୍ୱାରା ବହୁତ ଭଲ ପାଇବା ପାଇଥିଲା ।


ସେୟାର କରନ୍ତୁ