କ୍ୟାପଟେନଙ୍କ ଅସନ୍ତୋଷ ସତ୍ୱେ ସିଦ୍ଧୁଙ୍କୁ ମିଳିପାରେ ପଞ୍ଜାବ କଂଗ୍ରେସର ଦାୟିତ୍ୱ, ଆଜି ହୋଇପାରେ ଘୋଷଣା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ନେଇକରି ଆଜି ଏକ ବଡ଼ ଘୋଷଣା ହୋଇପାରେ । କ୍ରିକେଟର-ରାଜନେତା ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବର ରାଜ୍ୟ ସଭାପତି କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଆଜି ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ ଚଣ୍ଡିଗଡ଼ରେ ପହଁଚୁଛନ୍ତି । ଯେଉଁଠାରେ ସେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଭେଟିବେ । ଏଥି ସହ କ୍ୟାପଟେନ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସୂଚନାନୁସାରେ, କ୍ୟାପଟେନଙ୍କ ଚିଠି 10 ଜନପଥକୁ ପଠାଯାଇଛି । ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ସଭାପତି କରାଯିବାର ଆଶଙ୍କା ଥିବାରୁ କ୍ୟାପ୍ଟେନ୍ ଅସନ୍ତୋଷ ଅଛନ୍ତି । ଗାନ୍ଧୀ ପରିବାର ଏବଂ ନବଜୋତ ସିଂ ସିଦ୍ଧୁଙ୍କ ସମ୍ପର୍କ କାହାରିକୁ ଅଛପା ନାହିଁ । କ୍ୟାପଟେନ ଏବଂ ସିଦ୍ଧୁଙ୍କ ମଧ୍ୟରେ ଛତିଶଙ୍କ ସଂଖ୍ୟା ମଧ୍ୟ ଜଣାଶୁଣା । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ କି କଣ କ୍ୟାପଟେନ ଦଳ ବିରୁଦ୍ଧରେ ବିଦ୍ରୋହ କରିବେ । ବର୍ତ୍ତମାନ ପାଇଁ ଏହି କଳ୍ପନାଜଳ୍ପନାକୁ ଅତିକ୍ରମ କରି କଂଗ୍ରେସ ଦଳକୁ ଏକଜୁଟ ହେବାକୁ କହୁଛି ।

ଅନ୍ୟପକ୍ଷରେ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପଞ୍ଜାବ କଂଗ୍ରେସର ଉଭୟ କ୍ୟାମ୍ପ ନିଜ ନିଜ ବିଧାୟକଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ଯଦି ବିଧାୟକଙ୍କ ସଂଖ୍ୟା ଦେଖାଯାଏ, ତେବେ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ପଲା ଭାରି ଅଛି । କ୍ୟାପଟେନଙ୍କ ସହ 80 ରୁ 65 ଜଣ ବିଧାୟକ, କ୍ୟାବିନେଟରେ ଥିବା 17 ଜଣ ମନ୍ତ୍ରୀଙ୍କ ମଧ୍ୟରୁ 13 ଜଣ କ୍ୟାପଟେନଙ୍କ ସହ ଅଛନ୍ତି । ସିଦ୍ଧୁଙ୍କ ସହ ଖୋଲାଖୋଲି ଭାବେ ଏପର୍ଯ୍ୟନ୍ତ କେବଳ 4 ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ 4 ଜଣ ବିଧାୟକ ଆସିଛନ୍ତି ।

ପଞ୍ଜାବରେ କଂଗ୍ରେସର ପରିସ୍ଥିତି ଏହା ହେଉଛି କି କ୍ୟାପଟେନଙ୍କ ଗୁରୁତ୍ୱକୁ ଅସ୍ୱୀକାର କରିପାରିବ ନାହିଁ କିମ୍ବା ସିଦ୍ଧୁଙ୍କ ବଢ଼ୁଥିବା ବିଶ୍ୱସନୀୟତାକୁ ମଧ୍ୟ ଅସ୍ୱୀକାର କରିପାରିବ ନାହିଁ। ଏହି କାରଣରୁ ସିଦ୍ଧୁଙ୍କ ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ ହାଇ କମାଣ୍ଡ ଚିନ୍ତା କରୁଛନ୍ତି । ଏହି ସମୟରେ ସିଦ୍ଧୁ କ୍ୟାମ୍ପ ତରଫରୁ ହେଉଥିବା ହଲଚଲ କ୍ୟାପଟେନଙ୍କ ଚିନ୍ତା ବଢାଇ ଦେଇଛି ।


ସେୟାର କରନ୍ତୁ