ରାଜ୍ୟରେ ଅଗଷ୍ଟ 1 ପର୍ଯ୍ୟନ୍ତ ରହିବ ଆଂଶିକ ଲକଡାଉନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟ ପାଇଁ ନୂଆ କୋଭିଡ ଗାଇଡ୍‌ଲାଇନ୍‌ ଘୋଷଣା କରିଛନ୍ତି ମୁଖ୍ୟ ସଚିବ । ଆସନ୍ତାକାଲି ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଅବଧି ସକାଳ 5ଟାରେ ସରୁଅଛି । ରାଜ୍ୟରେ ଅଗଷ୍ଟ 1 ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟ ସଚିବ ଘୋଷଣା କରିଛନ୍ତି । କାଟେଗୋରୀ Aରେ ଥିବା 20 ଜିଲ୍ଲା ଓ Bରେ 10 ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ ।

କ୍ୟାଟେଗୋରୀ A ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର । ସେହିପରି କ୍ୟାଟେଗୋରୀ B ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ।

ଏଠାରେ ଦେଖନ୍ତୁ ଗାଇଡଲାଇନ୍‌ ସମ୍ପର୍କିତ ସୂଚନାର ଭିଡ଼ିଓ..

ରାଜ୍ୟ ସରକାର ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । କାଟାଗୋରୀ-A ଜିଲ୍ଲାରେ ଦୋକାନ-ବଜାର ଗୁଡ଼ିକ ସକାଳ 6ଟାରୁ ରାତି 8ଟା ପର୍ଯ୍ୟନ୍ତ ଖୋଲିବ । କାଟାଗୋରୀ-B ଜିଲ୍ଲାଗୁିକରେ ଦେକାନ ଗୁଡ଼ିକ ସକାଳ 6ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଖୋଲା ରହିବ । କାଟାଗୋରୀ A ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ରାତି 8ଟାରୁ ସକାଳ 6ଟା ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ କାଟାଗୋରୀ-B ଜିଲ୍ଲାଗୁଡ଼ିକରେ ଏହା ସନ୍ଧ୍ୟା 5ଟାରୁ ସକାଳ 6ଟା ପର୍ଯ୍ୟନ୍ତ ଲାଗୁ ହେବ । କାଟାଗୋରୀ-B ଜିଲ୍ଲା ଗୁଡ଼ିକରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ । କିନ୍ତୁ କାଟାଗୋରୀ-A ଜିଲ୍ଲା ଗୁଡ଼ିକ ପାଇଁ ଏହା କୋହଳ କରାଯାଇଛି ।

ଜୁଲାଇ 16 ତାରିଖ ଠାରୁ ଅନ୍ତଃରାଜ୍ୟ ବସ ସେବା ଆରମ୍ଭ ହୋଇଯିବ । କିନ୍ତୁ ବସ୍ ଗୁଡ଼ିକରେ କେବଳ ସିଟରେ ଯାତ୍ରୀ ଯାଇପାରିବେ । ବସ ଚଳାଚଳ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ନାହିଁ । ଅର୍ଥାତ ବସ୍ ଗୁଡ଼ିକ ଯେକୌଣସି ସମୟରେ ଚଳାଚଳ କରିପାରିବ । ରଥଯାତ୍ରା ଯୋଗୁଁ ଜୁଲାଇ 25 ତାରିଖ ଯାଏଁ ପୁରୀ ସହରକୁ କୌଣସି ବସ ଗଡ଼ିପାରିବ ନାହିଁ । ବସ୍‌ରେ କୌଣସି ଯାତ୍ରୀ ଛିଡ଼ା ହୋଇପାରିବେ ନାହିଁ । ଟ୍ୟାକ୍ସି ଓ ଅଟୋ ସବୁ ଜିଲ୍ଲାରେ ଚାଲିବ । କିନ୍ତୁ ଏଥିରେ ଡ୍ରାଇଭର ବ୍ୟତୀତ କେବଳ 2 ଜଣ ଯାତ୍ରୀ ଯାଇପାରିବେ ।

ନୂଆ ଗାଇଡଲାଇନ୍‌ରେ ମଧ୍ୟ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ବନ୍ଦ ରହିବ । ଅର୍ଥାତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବପରି ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ବନ୍ଦ ରହିବା ନେଇ ଘୋଷଣା କରାଯାଇଛି ।


ସେୟାର କରନ୍ତୁ