ୟୁପିରେ ବ୍ଲକ ପ୍ରମୁଖ ଚୁନାଵ ପୂର୍ବରୁ ବବାଲ, ରାହୁଲ ଗାନ୍ଧୀ କହିଲେ- ହିଂସାର ବଦଳି ଗଲାଣି ନାମ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ୟୁପିରେ ବ୍ଲକ ପ୍ରମୁଖ ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ପତ୍ର ଦାଖଲ ସମୟରେ ଭାରି ମାତ୍ରାରେ ଅରାଜକତା ଦେଖାଦେଇଥିଲା । ଏହି ସମୟରେ ଅନେକ ସ୍ଥାନରେ ହିଂସା, ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଥିଲା । ୟୁପିରେ କନୌଜ, ସୀତାପୁର, ଉନ୍ନାଓ, ଲକ୍ଷ୍ମପୁର ଖିରୀ, ଗୋରଖପୁର, ବହରାଇଚରୁ ହିଂସା ଖବର ମିଳିଥିଲା । ସେବେଠାରୁ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି କ୍ରମାଗତ ଭାବେ ବିଜେପି ଉପରେ ଆକ୍ଷେପ କରୁଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ବିଜେପିକୁ ଟାର୍ଗେଟ କରିଛନ୍ତି ।

ରାହୁଲ ଗାନ୍ଧୀ ଏକ ଖବର ସେୟାର କରି ଟ୍ୱିଟରେ ଲେଖିଛନ୍ତି ଯେ ଉତ୍ତରପ୍ରଦେଶରେ ହିଂସାର ନାମକୁ ବଦଳାଇ କରି ମାଷ୍ଟରଷ୍ଟ୍ରୋକ ନାମରେ ନାମିତ କରାଯାଇଛି । ଅନ୍ୟପକ୍ଷରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଜଣେ ମହିଳାଙ୍କ ନାମାଙ୍କନକୁ ରୋକିବାର ଆରୋପ ବିଜେପି ଉପରେ ଲଗାଇଛନ୍ତି । ସେ ନିଜ ଟ୍ୱିଟରେ ଲେଖିଛନ୍ତି, “କିଛି ବର୍ଷ ପୂର୍ବେ ଜଣେ ବଳାତ୍କାର ପୀଡିତା ବିଜେପି ବିଧାୟକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ, ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା । ଆଜି ଜଣେ ମହିଳାଙ୍କ ନାମାଙ୍କନ ବନ୍ଦ କରିବାକୁ ବିଜେପି ସବୁ ସୀମା ଅତିକ୍ରମ କରିଛି । ସମାନ ସରକାର । ସମାନ ବ୍ୟବହାର ।

 

ସେୟାର କରନ୍ତୁ