କାମ ସମ୍ଭାଳିବା କ୍ଷଣି IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟରକୁ ଦେଲେ ଚେତାବନୀ, କହିଲେ- ଦେଶର କାନୁନ ମାନିବାକୁ ପଡିବ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଆଇଏଏସରୁ-ରାଜନେତା ହୋଇଥିବା ଅଶ୍ୱିନୀ ବୈଷ୍ଣବ ଆଜି ଆଇଟି ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ ନୂଆ ଆଇଟି ନିୟମ ବିଷୟରେ ଟ୍ୱିଟରକୁ ଚେତାବନୀ ଦେଇଛନ୍ତି । ଟ୍ୱିଟରର ଅବାଧତା ଉପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ସମସ୍ତଙ୍କୁ ଏହାକୁ ମାନିବାକୁ ପଡ଼ିବ ।

ଏହା ଭିତରେ ଟ୍ୱିଟର ଆଜି ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଆଠ ସପ୍ତାହ ମଧ୍ୟରେ ଜଣେ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବ । ଟ୍ୱିଟର ମଧ୍ୟ କୋର୍ଟଙ୍କୁ କହିଛି ଯେ ଆଇଟି ନିୟମାବଳୀ ପାଳନ କରିବା ପାଇଁ ଭାରତରେ ଏକ ସମ୍ପର୍କ କାର୍ଯ୍ୟାଳୟ ସ୍ଥାପନ ପ୍ରକ୍ରିୟାରେ ଅଛି । ଏହି କାର୍ଯ୍ୟାଳୟ ତାଙ୍କର ସ୍ଥାୟୀ ହେବ ।

ସଂସଦର ସଦସ୍ୟ ଭାବରେ ଏହା ହେଉଛି ବୈଷ୍ଣବଙ୍କର ପ୍ରଥମ କାର୍ଯ୍ୟକାଳ । ବୈଷ୍ଣବ IT ମନ୍ତ୍ରଣାଳୟରେ ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦଙ୍କ ସ୍ଥାନ ନେଇଛନ୍ତି ।

ଦାୟିତ୍ୱ ଗ୍ରହଣ କରିବା ପରେ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ ‘ମୋତେ ଦେଶର ସେବା କରିବାର ଏକ ବଡ଼ ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ଦୂର ସଂଚାର ,ଆଇଟି ଏବଂ ରେଲୱେ ମଧ୍ୟରେ ବହୁତ ସମନ୍ୱୟ ଅଛି ଏବଂ ମୁଁ ଏହାକୁ ସୁନିଶ୍ଚିତ କରିବା ପାଇଁ କାମ କରିବି ।’


ସେୟାର କରନ୍ତୁ