ରାଜ୍ୟରେ ଚି଼ହ୍ନଟ ହେଲେ 8 ହଜାର 313 କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ଦେଖାଯାଉଅଛି । ଏହା ପ୍ରାୟ ଦଶ ହଜାର ଏବଂ ଏଗାର ହଜାର ଉପରେ ରହୁଥିଲା । ଏହା ପୂର୍ବ 24 ଘଣ୍ଟାର ରିପୋର୍ଟ ମୁତାବକ ଆଠ ହଜାର ଉପରେ ରହିଅଛି । ରାଜ୍ୟରେ ପୂର୍ବ 24 ଘଣ୍ଟାରେ ଚି଼ହ୍ନଟ ହେଲେ 8 ହଜାର 313 କରୋନା ପଜିଟିଭ । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା 764997କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 8313 ଜଣଙ୍କ ମଧ୍ୟରୁ 4655 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 3658 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 764997 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 91663ଟି ଆକ୍ଟିଭ କେସ୍ ରହିଅଛି ଏବଂ 670527 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ