Coronavirus: ଦେଶରେ 24 ଘଣ୍ଟାରେ ସମ୍ନାକୁ ଆସିଲା 93 ହଜାରରୁ ଅଧିକ ନୂଆ ମାମଲା, 513 ଲୋକଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଜୀବନ ନେଉଥିବା କରୋନା ଭାଇରସ ପୁଣି ଥରେ ନିଜର ପାଦ ପ୍ରସାରିତ କରିବାରେ ଲାଗିଅଛି । ଏହା ଦିନକୁ ଦିନ ତାର କାୟା ଅଧିକ ମାତ୍ରାରେ ବିସ୍ତାର କରୁଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 93 ହଜାର 249 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 513 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 60 ହଜାର 048 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ ଏକ କୋଟି 24 ଲକ୍ଷ 85 ହଜାର 509କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ ଏକ ଲକ୍ଷ 64 ହଜାର 623 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ ଏକ କୋଟି 16 ଲକ୍ଷ 29 ହଜାର 289 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା ବଢିକରି ଛଅ ଲକ୍ଷ 91 ହଜାର 597 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 93,249
ଏପର୍ଯ୍ୟନ୍ତ ମୋଟ ମାମଲା -1,24,85,509

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 60,048
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -1,16,29,289

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 513
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 1,64,623

ମୋଟ ଆକ୍ଟିଭ କେସ- ଛଅ ଲକ୍ଷ 91 ହଜାର 597

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 3 ଏପ୍ରିଲ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 24 କୋଟି 81 ଲକ୍ଷ 25 ହଜାର 908 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 11,66,716 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ