Coronavirus: ପୂର୍ବ 24 ଘଣ୍ଟାରେ ସାମ୍ନାକୁ ଆସିଲା ସାଢେ 13 ହଜାରରୁ ବେଶି ମାମଲା, 336 ଲୋକଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ମୋଟ ସଂଖ୍ୟା ତିନି ଲକ୍ଷ 80 ହଜାର ପାର ହୋଇଅଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ 3 ଲକ୍ଷ 80 ହଜାର 532 ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । ଏଥି ମଧ୍ୟରୁ 12537 ଲୋକଙ୍କର ମୃତ୍ୟୁ ହୋଇଅଛି ଏବଂ ଦୁଇ ଲକ୍ଷ 4 ହଜାର 710 ଲୋକ ଠିକ ମଧ୍ୟ ହୋଇଛନ୍ତି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସରେ ସର୍ବାଧିକ 13 ହଜାର 586 ନୂଆ ମାମଲା ସାମ୍ନାକୁ ଆସିଅଛି ଏବଂ 336 ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଅଛି ।

ତେବେ କରୋନା ସଂକ୍ରମିତ ସଂଖ୍ୟାର ହିସାବରେ ଭାରତ ଶୁକ୍ରବାର ବ୍ରିଟେନକୁ ପଛକୁ ଦେଇ ଦୁନିଆର ଚତୁର୍ଥ ସବୁଠାରୁ ପ୍ରଭାବିତ ଦେଶ ଵନିଯାଇଛି । ଆମେରିକା, ବ୍ରାଜିଲ ଓ ରୁଷ ପରେ ଭାରତ କରୋନା ଭାଇରସ ସଂକ୍ରମଣରେ ସର୍ଭଧିକ ପ୍ରଭାବିତ ଦେଶମାନଙ୍କ ସୂଚୀରେ ଚତୁର୍ଥ ସ୍ଥାନକୁ ଆସିଯାଇଅଛି । ଭାରତ ଠାରୁ ଅଧିକ ମାମଲା ଆମେରିକା (2,263,651), ବ୍ରାଜିଲ (983,359), ରୁଷ (561,091)ରେ ଅଛି ।

ଆକ୍ଟିଭ କେସ ମାମଲାରେ ଟପ-5 ରାଜ୍ୟ
ସଂଖ୍ୟା ମୁତାବକ, ଦେଶରେ ଏବେ 1 ଲକ୍ଷ 49 ହଜାର କରୋନା ଆକ୍ଟିଭ କେସ ଅଛି । ସବୁଠାରୁ ବେଶି ଆକ୍ଟିଭ କେସ ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ 53 ହଜାରରୁ ଅଧିକ ସଂକ୍ରମିତଙ୍କ ହସ୍ପିଟାଲରେ ଚିକିତ୍ସା ଚାଲୁଅଛି । ଏହା ପରେ ଦ୍ୱିତୀୟ ନମ୍ବରରେ ଦିଲ୍ଲୀ, ତୃତୀୟ ନମ୍ବରରେ ତାମିଲନାଡୁ, ଚତୁର୍ଥ ନମ୍ବରରେ ଗୁଜରାଟ ଏବଂ ପଞ୍ଚମ ନମ୍ବରରେ ପଶ୍ଚିମବଙ୍ଗ ଅଛି । ଏହି ପାଞ୍ଚ ରାଜ୍ୟରେ ସବୁଠାରୁ ବେଶି ଆକ୍ଟିଭ କେସ ଅଛି ।

ଆକ୍ଟିଭ କେସ ମାମଲାରେ ଦୁନିଆରେ ଭାରତ ଚତୁର୍ଥ ସ୍ଥାନରେ ରହିଅଛି । ଯଥା- ଭାରତ ଏମିତି ଚତୁର୍ଥ ଦେଶ ଅଟେ, ଯେଉଁଠି ସବୁଠାରୁ ବେଶି ସଂକ୍ରମିତ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।


ସେୟାର କରନ୍ତୁ