ମହାଶିବରାତ୍ରି : ଭକ୍ତି ଏବଂ ଆସ୍ଥାରେ ଭରା ବଲିଉଡ଼ର ଏହି ହିଟ ଗୀତ, ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର : ବଲିଉଡରେ ଏଣ୍ଟରଟେନମେଣ୍ଟ ପ୍ରତେକ କ୍ଷେତ୍ରରେ ନିଖୁଣ ଭାବରେ ଦେଖା ଯାଇଥାଏ । ହିନ୍ଦୀ ଫିଲ୍ମ କାହାଣୀ ମାନଙ୍କରେ ତ ଏହା ଜରୁରୀ ହୋଇଥାଏ କିନ୍ତୁ ବିନା ଗୀତରେ ଅଧୁରା ହୋଇଥାଏ । ହିନ୍ଦୀ ସିନେମାରେ ଗୀତ କିଛି ଅଲଗା ଏବଂ ପ୍ରତି ମୌକାରେ କିଛି ନା କିଛି ଖାସ ଗୀତ ଦିଆ ଯାଇଥାଏ । ଆଜି ହେଉଛି ଶିବରାତ୍ରୀ । ଏହି ଖାସ ଅବସରରେ ଆସନ୍ତୁ ଜାଣିବା ବଲିଉଡ଼ର ସେହି ଗୀତ ଗୁଡିକୁ ଯାହା ଶିବଙ୍କ ଭକ୍ତି ଏବଂ ଆରାଧନା ସହିତ ଯୋଡି ହୋଇଛି ।

ରାଜେଶ ଖାନା ଏବଂ ମୁମତାଜଙ୍କ ଉପରେ ଫିଲ୍ମୟା ଯାଇଥିବା ଗୀତ ଜୟ-ଜୟ ଶିବ ଶଙ୍କର ବହୁତ ଲୋକପ୍ରିୟ ଗୀତ ଅଟେ । ଆପ କୀ କସମ ଫିଲ୍ମର ଏହି ହିନ୍ଦୀ ଗୀତ ଶିବ ଭକ୍ତି ଉପରେ ଆଧାରିତ ଅଟେ ।

ୟାରାନା ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଗୀତ ଭୋଲେ ଓ ଭୋଲେ ଭଗବାନ ଶିବଙ୍କୁ ସମର୍ପିତ ଅଟେ । ଏହି ଗୀତରେ ଭଗବାନଙ୍କ ପ୍ରୀତି ଭକ୍ତି ଆସ୍ଥା ଓ ବିଶ୍ୱାସକୁ ଦେଖାଯାଇଥାଏ ।

ଶିବାୟ ଫିଲ୍ମରେ ଅଜୟ ଦେବଗନ ମଧ୍ୟ ଭଗବାନ ଶିବଙ୍କୁ ଭକ୍ତିର ପରିଚୟ ଦେଇଛନ୍ତି । ଏହି ଗୀତର ବୋଲ ହର ହର ମହାଦେବ, ଏହା ଏମିତି ଏକ ଗୀତ ଯାହାକି ଏକ ନିରାଶ ଏବଂ ଟୂଟା ମଣିଷକୁ ଆଉ ଥରେ ଶକ୍ତି ଦେବାରେ ସକ୍ଷମ ହୋଇଥାଏ ।

ବାହୁବଳୀ ଫିଲ୍ମର ପ୍ରତେକ ଦୃଶ୍ୟ ସାନଦାର ଅଟେ । କିନ୍ତୁ ଅଭିନେତା ପ୍ରଭାସଙ୍କ ଉପରେ ଫିଲ୍ମୟା ଯାଇଥିବା ଗୀତ ‘କୌନ ହେ ବୋ’ ରେ କିଛି ଅଲଗା ରହିଛି । ଏହି ଗୀତାରେ ସବୁଠାରୁ ଭଲ ସିନ ହେଉଛି ଯେବେ ସେ ଶିବ ଲିଙ୍ଗକୁ ନିଜ କାନ୍ଧରେ ଉଠାଇଛନ୍ତି । ଏହା ଭଗବାନ ଶିବଙ୍କ ପ୍ରତି ମଣିଷର ଆସ୍ଥାର ଆଲୋକିକ ଅନୁଭୂତି ହୋଇଥାଏ ।

କୈଳାସ ଖେରଙ୍କ ଗୀତ ‘ବମ ଲହରୀ’ ଭଗବାନ ଶିବଙ୍କ ମସ୍ତ ମଲଙ୍ଗ ରୁପକୁ ଦର୍ଶାଇଥାଏ ।

କେଦାରନାଥ ଫିଲ୍ମର ଗୀତ ‘ଜୟ ହୋ ଜୟ ହୋ ଶଙ୍କରାୟ’ ମଧ୍ୟ ହିଟ ଗୀତ ଅଟେ । ଗୀତରେ ଭୋଳାନାଥଙ୍କ ଜୟକାର ଶୁଣି ମନ ଶାନ୍ତ ହୋଇଥାଏ ।


ସେୟାର କରନ୍ତୁ