କ୍ରୀତି ଖରବନ୍ଦା କାହିଁକି ଅମିତାଭ ଓ ଇମ୍ରାନ୍ ହାସମୀଙ୍କ ସହ କାମ କରିବାର ସୁଯୋଗ ହରାଇଲେ, ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: କଳାକାର ମାନଙ୍କ ମଧ୍ୟରେ କିଛି ଏମିତି କଳାକାର ଅଛନ୍ତି ନିଜକୁ ସଫଳତା ମିଳିଜିବା ପରେ ଯେଉଁ ମାନେକି ନିଜକୁ ସମସ୍ତଙ୍କ ଠାରୁ ବଡ଼ ବୋଲି ବିବେଚନା କରିଥାନ୍ତି । ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ଉଠିଥାଏ । କିନ୍ତୁ ଏମିତି ଏକ ଘଟଣା ସାଉଥ୍ ସୁପରଷ୍ଟାର କ୍ରୀତି ଖରବନ୍ଦାଙ୍କ କ୍ଷେତ୍ରରେ ଘଟିଛି ।

ସାଉଥ୍ ସୁପରଷ୍ଟାର କ୍ରୀତି ଖରବନ୍ଦା ଏବେ ଏବେ ବଲିଉଡରେ ପାଦ ଦେଇଥିବା ବେଳେ ସେ ଗୋଟିଏ ପରେ ଗୋଟିଏ ସଫଳତା ପାଇବାରେ ଲାଗିଛନ୍ତି । କ୍ରୀତି ଖରବନ୍ଦାଙ୍କ ଫିଲ୍ମ ‘ହାଉସଫୁଲ୍-4’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଅଛି । ଏବେ ମଧ୍ୟ ତାଙ୍କର ଆଉ ଗୋଟିଏ ଫିଲ୍ମ ‘ପାଗଲପନ୍ତି’ ରିଲିଜ୍ ହେବାକୁ ଯାଉଅଛି ।

ଏହି ଫିଲ୍ମଟି ଟ୍ରେଲରରୁ ହିଟ୍ ହେବ ବୋଲି ଲୋକମାନେ ଅନୁମାନ କରୁଥିବା ବେଳେ ଏବେ ନିଜର ନଖରାମି ପାଇଁ ତାଙ୍କ ହାତରୁ ଏକ ବଡ଼ ପ୍ରୋଜେକ୍ଟ ଚାଲି ଯାଇଥିବା ଜଣା ପଡ଼ିଛି । ଏହା ମଧ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଅମିତାଭ ବଚ୍ଚନ ଓ ଅଭିନେତା ଇମ୍ରାନ ହାସମୀଙ୍କ ସହ କାମ କରିବାର ସୁଯୋଗ ହାତ ଛଡା କରିଛନ୍ତି ।

ସୂଚନା ମୁତାବକ, କ୍ରୀତିଙ୍କୁ ଫିଲ୍ମ ‘ଚେହେରେ’ରେ କାମ କରିବାର ସୁଯୋଗ ମିଳିଥିଲା । କିନ୍ତୁ ସେ ଫିଲ୍ମର ସୁଟିଂ ସମୟରେ ଅନେକ ଦୃଶ୍ୟକୁ ନିଜ ମୁତାବକ କରିବାକୁ ଚାହିଁଥିଲେ । ନିର୍ଦ୍ଦେଶକ ମଧ୍ୟ ତାଙ୍କ ହିସାବରେ କିଛି ଦୃଶ୍ୟ ବଦଳାଇ ଦେଇଥିଲେ ।

କିନ୍ତୁ ଏଭଳି ଘଟଣା ବାରମ୍ବାର ହେବାରୁ ଫିଲ୍ମ ନିର୍ମାତା ତାଙ୍କୁ ବାହାର କରିଥିବାର ଜଣା ପଡ଼ିଛି । କ୍ରୀତିଙ୍କ ବଦଳରେ ଫିଲ୍ମ ନିର୍ମାତା ଏବେ ନୂଆ ଅଭିନେତ୍ରୀ ଖୋଜିବା ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମର ସୁଟିଂ ସରିଥିବା ଭାଗ ପୁଣି ଥରେ ସୁଟ୍ ହେବ ବୋଲି ସୂଚନା ମିଳିଛି ।


ସେୟାର କରନ୍ତୁ