ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଦେବ ଦର୍ଶନ କରି ପାରନ୍ତି । ବେପାର ବୃତ୍ତିରେ ସଫଳତା ଓ ଲାଭ ପାଇବେ । ପରିବାର ସହିତ ମିଶିବା ହେତୁ ଖୁସି ରହିବେ । ରାଜନୀତିରେ ସଫଳତା ପାଇବେ ।

ବୃଷ: ଉନ୍ନତିର ନୂଆ ମାର୍ଗ ଖୋଲିବ । ଛାତ୍ରୀମାନେ ସହପାଠୀଙ୍କ ସାହାଯ୍ୟ ପାଇବେ । ସ୍ବାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ସଦ୍-ଭାବ କିମ୍ବା ସହକର୍ମୀମାନଙ୍କ ସହ-ଯୋଗ ପାଇବେ ନାହିଁ ।

ମିଥୁନ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଯାନ୍ତ୍ରୀକ ତ୍ରୁଟି ଯୋଗୁ ଠିକ ସମୟରେ ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ ନାହିଁ । ବ୍ୟବସାୟରେ ଉଚିତ ଲାଭ ପାଇବେ।

କର୍କଟ: ଆତ୍ମସମୀକ୍ଷାରେ ସମୟ ବିତିବ । ଖାସ୍ କାମରେ ବାଧା ଉପୁଜିପାରେ । ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ । ଦୂରସ୍ଥାନକୁ ଯାତ୍ରାରେ କରିବେ । ଭଲ ପାଇବା କ୍ଷେତ୍ରରେ ଆଗକୁ ବଢିବେ ।

ସି˚ହ: ଅନ୍ୟମାନଙ୍କୁ ସାହାଯ୍ୟ କରି ସମୟ ବିତିବ । ବେପାରରେ ଲାଭ କରିବେ । ପ୍ରେମ ସମ୍ବନ୍ଧ ସୁଖଦ ରହିବ। ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି ।

କନ୍ୟା: ପରିବାର ସହିତ ମିଶି ଖୁସି ଅନୁଭବ କରିବେ । ସବୁ କାମରେ ସଫଳ ହେବେ । ଆର୍ଥିକ ସ୍ଥିତି ସୁଧୁରିବ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ ।

ତୁଳା: ଆଜି ଯେକୌଣସି ପ୍ରତିରୋଧକୁ ଏଡାଇ ଯାଇ କାମ ହାସଲରେ ସମର୍ଥ ହେବେ । ବ୍ୟବସାୟରେ ଉଚିତ ଲାଭ ପାଇବେ । ପରିବେଶ ଓ ପରିସ୍ଥିତି ଠିକ୍ ନ ଥିବା କାରଣରୁ ଭୋଗ ବିଳାସରେ ବାଧା ଉପୁଜି ପାରେ ।

ବିଛା: କୌଣସି କାମରେ ମନର ସ୍ଥିରତା ନ ରହିବା ହେତୁ କାମ ଅସମ୍ପୂର୍ଣ୍ଣ ରହିଯିବ । କେତେକ କାମରେ ସଫଳ ହେବେ । ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନ ନିବେଶ କରିବେ ।

ଧନୁ: ବୁଝାମଣା ଠିକ ନହେବା ହେତୁ କେତେକ କାର୍ଯ୍ୟରେ ବିଶୃଙ୍ଖଳା ଉପୁଜିପାରେ । ରାଜନୀତିରେ ସଫଳତା ପାଇବେ। ବନ୍ଧୁଙ୍କ ଠାରୁ ସଦ୍-ଭାବ ଏବଂ ସହ-ଯୋଗ ପାଇବେ ନାହିଁ । ପ୍ରେମ ସମ୍ବନ୍ଧ ସୁଖଦ ରହିବ ।

ମକର: ଆଜି ଦିନଟି ଆନନ୍ଦଦାୟକ ରହିବ ଓ ନୂତନ ମିତ୍ରତା ସୃଷ୍ଟି ହେବ । ସ୍ବାସ୍ଥ୍ୟ ଭଲ ରହିବ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି । ପ୍ରେମରେ ପ୍ରଗାଢତା ଆସିବ ।

କୁମ୍ଭ: ବ୍ୟବସାୟରେ ଉଚିତ ଲାଭ ପାଇବେ । କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ହେତୁ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବ । ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି ।

ମୀନ: ମନ ଚାହୁଁଥିବା କାମ ଅଟକି ରହିବ ନାହିଁ । ଯାନ୍ତ୍ରୀକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ଘଟିପାରେ । ରାଜନୀତିରେ ସଫଳତା ପାଇବେ । ପ୍ରେମ ସମ୍ବନ୍ଧ ସୁଖଦ ରହିବ।


ସେୟାର କରନ୍ତୁ