ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଆଇନଜୀବୀଙ୍କ ଲାଗି ଦିନଟି ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହେବ । ଅଫିସ କାମରେ ପୂର୍ବ ଅଭିଜ୍ଞତା କାମରେ ଆସିବ । କାନକୁହା ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ,ଅଯଥା ହଇରାଣ ହୋଇପାରନ୍ତି ।

ବୃଷ: ନୂଆ କାମ ଆଡ଼କୁ ଆଗ୍ରହ ବଢ଼ିବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ । ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ । କାର୍ଯ୍ୟକ୍ଷେତ୍ରରେ ସହଧର୍ମିଣୀଙ୍କ ସହାୟତା ମିଳିପାରେ ।

ମିଥୁନ: ପରିଶ୍ରମ କରନ୍ତୁ, ସୁଫଳ ପାଇବେ । ଲୁହା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ । ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ ।

କର୍କଟ: ଠାକୁରଙ୍କ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ପାରିବାରିକ କାମରେ ସବୁ ସଦସ୍ୟଙ୍କର ସହଯୋଗ ପାଇବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ବ୍ୟବସାୟ ନେଇ ବ୍ୟସ୍ତ ରହିବେ ।

ସି˚ହ: ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ । ଦୀର୍ଘଦିନର ଆଶା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ ।

କନ୍ୟା: ପଠନ-ଲିଖନ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି । ବେପାରରେ ଧନଲାଭ ହେବ । ପ୍ରେମିକାଙ୍କ ସହିତ ବୁଲିବାକୁ ଯିବା ପାଇଁ ଯୋଜନା କରିବେ । ଆପଣଙ୍କୁ ଉଚିତ ସମୟର ଧ୍ୟାନ ରଖିବାକୁ ହେବ ।

ତୁଳା: କୌଣସି କାର୍ଯ୍ୟରେ ନୂଆ ଦାୟିତ୍ବ ମିଳିପାରେ । ଶୁଭ ସମାଚାର ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ । ଭାଗୀଦାରି କାରବାରରେ ଲାଭ ପାଇବେ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ରହିବ।

ବିଛା: ନିଜ କାମରେ ଅଧିକ ପରିଶ୍ରମ କରନ୍ତୁ, ସଫଳତା ପାଇବେ। ଆୟର ମାତ୍ରା ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଅଧିକ ଦାୟିତ୍ୱ ବହନ କରିପାରନ୍ତି ।

ଧନୁ: କିଛି ନୂଆ ଅନୁଭବ ପ୍ରାପ୍ତି ହେବ। ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି।ଅଧିକାରୀଙ୍କ ସହିତ ମହତ୍ତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ମକର: ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଭାବରେ କାର୍ଯ୍ୟ ସଂପାଦନ କରିବେ । ବ୍ୟବସାୟ ଉପରେ ବିରୋଧୀଙ୍କର ନଜର ରହିବ । କର୍ମକ୍ଷେତ୍ରରୁ ସଫଳତା ପାଇବେ ଓ ସୁଖ-ସନ୍ତୋଷ ଲାଭ କରିପାରନ୍ତି ।

କୁମ୍ଭ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବେପାରରେ ଉନ୍ନତି ହେବ। ରାଜନୀତିରେ ଆର୍ଥିକ ଲାଭ ହେବ।

ମୀନ: ଯାହା କରିବେ ଭାବିଚିନ୍ତି କରିବେ, ସଫଳତା ମିିଳିବ । ବ୍ୟବସାୟରେ ଉନ୍ନତି ହେବ । ଦାମ୍ପତ୍ୟ ସମ୍ବନ୍ଧ ନିବିଡ଼ ହେବ। କର୍ମକ୍ଷେତ୍ରରେ ଠିକ୍ କାମ କରନ୍ତୁ, ପ୍ରଶଂସାର ପାତ୍ର ହେବେ ।


ସେୟାର କରନ୍ତୁ