‘କାଳିଆ’ ଯୋଜନାରେ 53 ଲକ୍ଷ ଚାଷୀଙ୍କୁ ମିଳିଲା ଟଙ୍କା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ଆରମ୍ଭ ହୋଇଛି କାଳିଆ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଚାଷୀଙ୍କ ଖାତାକୁ କାଳିଆ କିସ୍ତିର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ 53 ଲକ୍ଷରୁ ଅଧିକ ଚାଷୀଙ୍କୁ 2000 ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ସମୁଦାୟ 1272 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଏହି ଟଙ୍କା ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଦୁଇଟି କିସ୍ତିରେ ରାଜ୍ୟ ସରକାର 5 ହଜାର ଲେଖାଏଁ 10 ହଜାର ଟଙ୍କା ପ୍ରଦାନ କରିଥିଲେ । ଆଉ କାଳିଆ ଯୋଜନା ବାବଦକୁ 12 ହଜାର ଟଙ୍କା ଦେବା ଲାଗି ଘୋଷଣା କରିଥିବା ରାଜ୍ୟ ସରକାର ଆଜି 2 ହଜାର ଟଙ୍କା ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାର ନାମ ମାତ୍ର ଚାଷୀ, କ୍ଷୁଦ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କୁ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଆର୍ଥିକ ସହାୟତା ଦେବା ନିମିତ୍ତ 2019 ମସିହାରେ ଏହି ଯୋଜନା ତିଆରି ହୋଇଥିଲା । ଏହି ଯୋଜନା ଜାତୀୟ ସ୍ତରରେ ଏକ ଯୋଜନା ଭାବରେ ପରିଗଣିତ ହେଉଅଛି ।


ସେୟାର କରନ୍ତୁ