କୃଷକଙ୍କ ପାଇଁ ବଲିଉଡ ଅଭିନେତ୍ରୀ କଲେ ପ୍ରାର୍ଥନା, କହିଲେ- ଏହି ଥଣ୍ଡାରେ ସେମାନେ ନିଜର ଅଧିକାର ପାଇଁ ଲଢ଼ୁଛନ୍ତି ଆଉ ଆମେ…

ସିନେମା
ସେୟାର କରନ୍ତୁ

ମୁମ୍ବାଇ: କେନ୍ଦ୍ର ସରକାରଙ୍କ କୃଷି କାନୁନ ବିରୋଧରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । କୃଷକମାନେ କ୍ରମାଗତ ଭାବରେ ଦିଲ୍ଲୀର ସୀମାରେ ନିଜର ଦାବି ପାଇଁ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଶୀତ ଋତୁରେ ମଧ୍ୟ ଏତେ ଥଣ୍ଡା ମଧ୍ୟରେ କୃଷକମାନେ ସେମାନଙ୍କର ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ପଛକୁ ଫେରି ଆସୁନାହାଁନ୍ତି । କୃଷକମାନଙ୍କୁ ସମର୍ଥନ କରି ନିକଟରେ ବଲିଉଡ ଅଭିନେତ୍ରୀ ସିମି ଗରେୱାଲ (Simi Garewal) ଟ୍ୱିଟ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଅଛି । ସିମି ଗରେୱାଲ ନିଜର ଟ୍ୱିଟରେ କହିଛନ୍ତି ଯେ ଆମେ ଏଠାରେ ନିଜ ଘରେ ବସିଥିବାବେଳେ ଆମର କୃଷକ ଭାଇମାନେ ଏହି ଥଣ୍ଡା ଅନୁଭବ କରୁଛନ୍ତି ।

କୃଷକମାନଙ୍କୁ ସମର୍ଥନ କରୁଥିବା ସିମି ଗରେୱାଲ (Simi Garewal) ଏକ ଟୁଇଟ୍‌ରେ ଲେଖିଛନ୍ତି, “ଆମେ ଆରାମରେ ନିଜର ଘରେ ବସିଅଛେ, ଯେତେବେଳେ ଆମର କୃଷକ ଭାଇମାନେ ନିଜର ଅସ୍ତିତ୍ୱ ଏବଂ ଅଧିକାର ପାଇଁ ସାହସର ସହିତ ଏହି ଶୀତରେ ମଧ୍ୟ ସଂଗ୍ରାମ କରୁଛନ୍ତି । ଏହା ହୃଦୟ ବିଦାରକ ଅଟେ । ଭଗବାନ ଏହି ଯୋଦ୍ଧାମାନଙ୍କୁ ସୁରକ୍ଷିତ ରଖନ୍ତୁ । ” କହିବାକି ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ସିମି ଗରେୱାଲଙ୍କୁ ଏକ ସାମାଜିକ ପ୍ରସଙ୍ଗରେ ନିଜର ମତାମତ ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ସେ ଅନେକ ସମସାମୟିକ ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି, ଯାହା ମଧ୍ୟ ବହୁତ ଭାଇରାଲ୍ ହୋଇଅଛି ।


ସେୟାର କରନ୍ତୁ