‘କୁଲି ନଂ 1’ର ନୂଆ ଗୀତ ‘ମମି କସମ୍’ ହେଲା ରିଲିଜ, ଭିଡ଼ିଓରେ ସାରା ଏବଂ ବରୁଣ ଧାୱନଙ୍କ ଦେଖାଗଲା ରୋମାଣ୍ଟିକ କେମେଷ୍ଟ୍ରି

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ‘କୁଲି ନମ୍ବର -1’ର ଏଇ ନିକଟରେ ରିଲିଜ୍ ହୋଇଥିବା ଗୀତ ‘ଭାବି’ ଏବଂ ‘ହୁଶନ୍ ହେ ସୁହାନା’ ଗୀତ ଯେଉଁଠି ଲଗାତାର ଚର୍ଚାରେ ଶୀର୍ଷରେ ଥିବାବେଳେ ସାରା ଅଲି ଖାନ୍ ଏବଂ ବରୁଣ ଧାୱନ ପୁଣି ଥରେ ଏକ ସାନଦାର ଗୀତ ‘ମମି କସମ’ ସହିତ ଫେରିଛନ୍ତି । ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି ତାନିସ୍କ ବାଗଚି ଓ ଏଥିରେ ମେଲୋଡି ସହିତ ଉଦିତ ନାରାୟଣ, ମୋନାଲି ଠାକୁର ଏବଂ ରାପର ଇକ୍କା ସିଂହଙ୍କର ମହାନ ସ୍ୱରର ମିଶ୍ରଣ ହୋଇଅଛି ।

ଶବୀର ଅହମ୍ମଦ ‘ମମି କସମ’ ଗୀତର ଲିରିକ୍ସ ଲେଖିଛନ୍ତି ଏବଂ ସାରା ଅଲି ଖାନ ଏବଂ ବରୁଣ ଧାୱନ ଏଥିରେ ନଜର ଆସିଛନ୍ତି । ଏହି ଚିତ୍ତାକର୍ଷକ ମନୋରଞ୍ଜନ ଟ୍ରାକ୍ ଫିଲ୍ମରେ ସାରା ଅଲି ଖାନ୍ ଏବଂ ବରୁଣ ଧାୱନଙ୍କ ଚରିତ୍ର ମଧ୍ୟରେ ଚାଲିଥିବା ଜବରଦସ୍ତ ରୋମାନ୍ସର ଦେଖିବାକୁ ମିଳୁଅଛି । ‘କୁଲି ନଂ 1’ ମଧ୍ୟ ଏହି ଦୁଇଜଣଙ୍କର ପ୍ରଥମ ଫିଲ୍ମ ଅଟେ ଯେଉଁଥିରେ ଉଭୟଙ୍କୁ ଏକାଠି ଦେଖାଯାଏ ।

ଏଠାରେ ଦେଖନ୍ତୁ ଭିଡ଼ିଓ….

ନିର୍ମାତା ଜ୍ୟାକି ଭଗନାନୀ କୁହନ୍ତି, ”ମମି କସାମ’ ଗୀତ ଫିଲ୍ମର ମୂଳ ଟ୍ରାକ ମଧ୍ୟରୁ ଅନ୍ୟତମ, ଯାହା ସବୁ ବୟସର ସଙ୍ଗୀତ ପ୍ରେମୀଙ୍କୁ ଆକର୍ଷିତ କରିବା ପାଇଁ ପ୍ରସ୍ତୁତ କରାଯାଇଅଛି । ଏହା ସହିତ ସୁନ୍ଦର ଭାବରେ ମେଳ ହୁଏ । ଏହା ଏକ ଭିନ୍ନ ପ୍ରକାରର ମଜାଳିଆ ଗୀତ । ଏହି ଫିଲ୍ମର ମୂଳରେ ଯେଉଁ ରୋମାଣ୍ଟିକ ଏବଂ କମିକ କଥା ଅଛି, ଏଥିରେ ଏହି ଗୀତ ବଢିଆ ଢଙ୍ଗରେ ସାମ୍ନାକୁ ଆଣିଅଛି । ଏହି ଗୀତରେ ତାନିସ୍କ ବାଗଚିଙ୍କ ମ୍ୟୁଜିକ ନାଚିବା ପାଇଁ ମଜବୁର କରୁଅଛି, ଏବଂ ବରୁଣ ଓ ସାରାଙ୍କ କେମେଷ୍ଟ୍ରି ଏକ ଜୀବନଭରା ଢଙ୍ଗରେ ଉତ୍ପନ୍ନ ହେଉଅଛି ।’


ସେୟାର କରନ୍ତୁ