ସାମଂଥା ଓ ନାଗା ଚୈତନ୍ୟଙ୍କ ସମ୍ପର୍କ ପୁଣି ଥରେ ଚର୍ଚାରେ, ଅଭିନେତ୍ରୀ ଚେତାବନୀ ଦେଇ କହିଲେ ମୋର ଚୁପକୁ ମୋର କମଜୋରୀ ..

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ପୁଷ୍ପା ଫେମ ସାଉଥ ସୁପରଷ୍ଟାର ସାମଂଥା ରୁଥ ପ୍ରଭୁ ସେଇ ଷ୍ଟାରସରେ ଅଟନ୍ତି ଯିଏ ପ୍ରଫେସନାଲ ଜୀବନ ସହିତ ପର୍ସନାଲ ଜୀବନକୁ ନେଇ ଖୁବ ଚର୍ଚାରେ ରୁହନ୍ତି । ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବାପରେ ପ୍ରାୟ ସବୁ ସମୟରେ ଅଭିନେତ୍ରୀ ନିଜ ଜିବନକୁ ନେଇ ଖବରର ହେଡଲାଇନ୍ସ ରେ ରହୁଛନ୍ତି । ପୁଣି ଥରେ ସେପରି ଦେଖିବାକୁ ମିଳୁଛି ।

ବାସ୍ତବରେ, ସାମଂଥା ଏବେ ନିଜ ଟୁଇଟର ଆକାଉଣ୍ଟ ରେ ଏପରି ଟୁଇଟ କରିଛନ୍ତି, ଯାହା ସାମ୍ନାକୁ ଆସିଲାପରେ ସୋସିଆଲ ମିଡିଆରେ ହଡ଼କମ୍ପ ମଚିଯାଇଛି । ନିଜ ଟୁଇଟରେ ସେ ଲେଖିଛନ୍ତି, ମୋର ଚୁପିକୁ ମୋର ଇଗ୍ନୋରେନ୍ସ ବୁଝିବାର ଭୁଲ କେବେବି କରନାହିଁ । ମୋର ଶାନ୍ତ ସ୍ୱଭାବକୁ ମୋର ମଞ୍ଜୁରୀ ବୁଝନାହିଁ । ମୋର ବିନମ୍ରତାକୁ ମୋର କମଜୋରୀ ବୁଝନାହିଁ । ଏତିକି ନୁହେ ଏହାପରେ ସେ ଅନ୍ୟ ଏକ ଟୁଇଟ କରିଛନ୍ତି, ଯେଉଁଥିରେ ଲେଖିଛନ୍ତି, ବନମ୍ରତାର ଏକ୍ସପାରି ଡେଟ ହୋଇପାରେ ।ଏ ବେ ଫ୍ୟାନ ମାନଙ୍କ ମଧ୍ୟରେ ଅଭିନେତ୍ରୀଙ୍କ ଏହି ଟୁଇଟ ଖୁବ ଭାଇରାଲ ହେଉଛି ।

ସାମଂଥା କାହାର ନାମ ନନେଇ ଏପରି କଥା କହି ଇଣ୍ଟରନେଟରେ ଲୋକଙ୍କ ମନରେ ପ୍ରଶ୍ନ ଠିଆ କରିଛନ୍ତି । ହେଲେ ସେ କାହାର ନାମ ନେଇ ନାହାନ୍ତି କିନ୍ତୁ ପୂର୍ବ କିଛି ଦିନର ତାଙ୍କ ନିଜ ଜୀବନକୁ ଦେଖି ଲୋକ ଏହି ଅନୁମାନ ଲଗାଉଛନ୍ତି ଯେ ଏହି ଚେତାବନୀ ତାଙ୍କ ପୂର୍ବ ସ୍ୱାମୀ ଙ୍କ ପାଇଁ ଅଟେ । ବତାଇ ଦେଉଛୁ କି ଏବେ ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବାହାଘରର ଖବର ବହୁତ ଚର୍ଚାରେ ରହିଥିଲା । ହେଲେ ପରେ ଫିଲ୍ମ ଷ୍ଟାର ଏହି ରିପୋର୍ଟକୁ ବକବାସ କହିଥିଲେ ।

ଏହା ପୂର୍ବରୁ ସାମ୍ନାକୁ ଆସିଥିବା ଖବର ଅନୁସାରେ ଅଭିନେତ୍ରୀ ନାଗା ଚୈତନ୍ୟଙ୍କୁ ନିଜର ବାହାଘରର ଯୋଡ଼ା ପୁଣି ଫେରାଇ ଦେଇଥିଲେ । ନିଜ ବାହାଘରରେ ସାମଂଥା ଦାଦି ସାସର ଶାଢ଼ୀ ପିନ୍ଧିଥିଲେ, ଯାହାକୁ ତଲାକ ପରେ ଲେଉଟାଇ ଦେଇଥିଲେ । କାର୍ଯ୍ୟର କଥା କହିବା ତ, ସାମଂଥା ଏବେ ନିଜର ଆସୁଥିବା ଫିଲ୍ମ ଯଶୋଦା’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ତାଙ୍କ ପାଖରେ ବହୁତ ପ୍ରୋଜେକ୍ଟସ ଅଛି । ସାଉଥ ଫିଲ୍ମରେ କମାଲ କରିବା ପରେ ଏବେ ବଲିଓଡ଼ରେ ପାଦ ରଖିବାକୁ ଯାଉଛନ୍ତି ।


ସେୟାର କରନ୍ତୁ