ସୋନୁ ସୁଦ କଲେ କୃଷକଙ୍କ ସମର୍ଥନ, କହିଲେ ଏହି କଥା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଏହି ସମୟରେ ଦେଶରେ ସର୍ବାଧିକ ଆଲୋଚନା କୃଷକ ଆନ୍ଦୋଳନକୁ ନେଇକରି । ଅର୍ନଦାତାମାନେ ନିଜର ଦାବି ପାଇଁ ଦୀର୍ଘ ଦିନ ଧରି ରାସ୍ତାରେ ଜଗି ରହିଛନ୍ତି । ଏହି କୃଷକ ଆନ୍ଦୋଳନକୁ ନେଇ ବଲିଉଡର ଅନେକ ହସ୍ତୀ ମଧ୍ୟ ସମର୍ଥନରେ ଆସିଛନ୍ତି । ମୀଖା ସିଂହ, ଦିଲଜିତ ଦୋସାଞ୍ଜ, ହିମାଂଶୀ ଖୁରାନାଙ୍କ ସମେତ ଅନେକ ସେଲିବ୍ରେଟ କୃଷକଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ଏବେ ସୋନୁ ସୁଦ ମଧ୍ୟ ଚାଷୀଙ୍କ ସମର୍ଥନରେ ପ୍ରତିକ୍ରିୟା ରଖିଛନ୍ତି ।

ବଲିଉଡ ଅଭିନେତା ସୋନୁ ସୁଦ କୃଷକମାନଙ୍କୁ ସମର୍ଥନ କରି ଟ୍ୱିଟ କରିଛନ୍ତି । କୃଷକଙ୍କ ଗୁରୁତ୍ୱ ବିଷୟରେ ସେ ଟ୍ୱିଟ୍ କରି ସମଗ୍ର ହିନ୍ଦୁସ୍ତାନ କହିଛନ୍ତି । ସୋନୁ ଟ୍ୱିଟ୍ କରି ଲେଖିଛନ୍ତି- କୃଷକ ହେଉଛନ୍ତି ହିନ୍ଦୁସ୍ତାନ । ସୁଦଙ୍କ ଏହି ଟ୍ୱିଟ ଭାଇରାଲ ହେବାରେ ଲାଗିଛି ଏବଂ ତାଙ୍କ ପୋଷ୍ଟକୁ ନେଇ ସମସ୍ତେ ଅଲଗା ଅଲଗା ପ୍ରତିକ୍ରିୟା କରୁଛନ୍ତି ।

ସୋନୁଙ୍କ ଏହି ଟୁଇଟ୍ ଭାଇରାଲ ହୋଇଅଛି ଏବଂ ସମସ୍ତେ ତାଙ୍କ ପୋଷ୍ଟକୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ସୋନୁ ସୋଦ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ ଏବଂ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ରଖନ୍ତି । ସୋସିଆଲ ମିଡିଆରେ ତାଙ୍କର ମତକୁ ଅତ୍ୟନ୍ତ ସମ୍ମାନିତ କରାଯାଏ ।


ସେୟାର କରନ୍ତୁ