Coronavirus: ଦେଶରେ ମୋଟ 76 ଲକ୍ଷ ସଂକ୍ରମିତ, ପୂର୍ବ 24 ଘଣ୍ଟାରେ ଆସିଲା 46 ହଜାର ନୂତନ ମାମଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ କରୋନାରେ ମୃତ୍ୟୁ ସଂଖ୍ୟା 600ରୁ କମ ହୋଇଛି, କିନ୍ତୁ ପୁଣି ମଧ୍ୟ ଏ ସଂଖ୍ୟା ଦୁନିଆରେ ସବୁଠାରୁ ଅଧିକ । ପୂର୍ବ 24 ଘଣ୍ଟାରେ 46,790 ନୂତନ କରୋନା ମାମଲା ପଞ୍ଜିକୃତ ହୋଇଅଛି ଏବଂ 587 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ଦେଶରେ ଠିକ ହେବା ରୋଗୀଙ୍କ ସଂଖ୍ୟା ମଧ୍ୟ ନୂଆ ମାମଲା ଠାରୁ ଅଧିକ ଆସୁଅଛି । ପୂର୍ବ ଦିନ 69,720 ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ସଂକ୍ରମିତ ମୋଟ କରୋନା ରୋଗୀଙ୍କ ସଂଖ୍ୟା 75 ଲକ୍ଷ 97 ହଜାର ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଏଥିମଧ୍ୟରୁ ଏକ ଲକ୍ଷ 15 ହଜାର 197 ରୋଗୀଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଠିକ ହୋଇଥିବା ମାମଲା ସଂଖ୍ୟା 67 ଲକ୍ଷ 33 ହଜାର ପର୍ଯ୍ୟନ୍ତ ପହଞ୍ଚିଯାଇଛି ଏବଂ ଆକ୍ଟିଭ ମାମଲା ସଂଖ୍ୟା 7 ଲକ୍ଷ 48 ହଜାରକୁ ଖସି ଆସିଛି ।


ସେୟାର କରନ୍ତୁ