Coronavirus: ଦେଶରେ ଏପର୍ଯ୍ୟନ୍ତ 44 ଲକ୍ଷରୁ ଅଧିକ ସଂକ୍ରମିତ, 75 ହଜାର ଲୋକଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ରେକର୍ଡ ସ୍ତରକୁ ବୃଦ୍ଧି ପାଇବାରେ ଲାଗିଛି । ଆମ ଦେଶରେ ଦୁନିଆର ଦ୍ରୁତତମ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ 95,735 ନୂଆ ମାମଲା ଚିହ୍ନଟ ହୋଇଅଛି । ଏହାପୂର୍ବରୁ ସେପ୍ଟେମ୍ବର 7 ରେ ଏକ ରେକର୍ଡ 90,802 ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ତେବେ ଏହା ମଧ୍ୟରେ 24 ଘଣ୍ଟାରେ 1172 ଲୋକ ପ୍ରାଣ ହରାଇଛନ୍ତି । ସେପ୍ଟେମ୍ବର 2 ଠାରୁ ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଅଛି । ସଂକ୍ରମିତ ମୋଟ କରୋନା ସଂଖ୍ୟା 44 ଲକ୍ଷ ଅତିକ୍ରମ କରିଛି । ଦୁନିଆରେ ଏବେ ସବୁଠାରୁ ସଂକ୍ରମଣର ଅଧିକ ମାମଲା ଆମେରିକାରେ ରହିଅଛି । କିନ୍ତୁ ପ୍ରତିଦିନ ଆମେରିକା ଠାରୁ ଅନେକ ଗୁଣ କରୋନା ମାମଲା ଭାରତରେ ଦେଖିଆବାକୁ ମିଳୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ସଂକ୍ରମିତ କରୋନା ସଂଖ୍ୟା ବର୍ତ୍ତମାନ 44 ଲକ୍ଷ 62 ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ 75,062 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 9 ଲକ୍ଷ 19 ହଜାରକୁ ବୃଦ୍ଧି ପାଇଛି ଏବଂ 34 ଲକ୍ଷ 71 ହଜାର ଲୋକ ଏହି ରୋଗରୁ ଆରୋଗ୍ୟ ହୋଇଛନ୍ତି । ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ।


ସେୟାର କରନ୍ତୁ