ମାଧୁରୀ ଦୀକ୍ଷିତ ଅକ୍ଷୟ କୁମାରଙ୍କ ସହ ଷ୍ଟେଜରେ କଲେ ରୋମାଣ୍ଟିକ ଡ୍ୟାନ୍ସ , ଥ୍ରୋବ୍ୟାକ୍ ଭିଡିଓ ହେଉଛି ଭାଇରାଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଆଜିକାଲି ସୋସିଆଲ ମିଡିଆରେ ମାଧୁରୀ ଦୀକ୍ଷିତ ବହୁତ ଆକ୍ଟିଭ ଅଛନ୍ତି । ତାଙ୍କର ଭିଡିଓ ବହୁତ ପ୍ରଶଂସା ସାଉଣ୍ଟୁଛି । ଏହା ବ୍ୟତୀତ ମାଧୁରୀ ଦୀକ୍ଷିତଙ୍କ ଥ୍ରୋବ୍ୟାକ୍ ଭିଡିଓ ମଧ୍ୟ ଧମାଲ ମଚାଉଛି । ଏହି ସମୟରେ ମାଧୁରୀ ଦୀକ୍ଷିତଙ୍କ ଆଉ ଏକ ଡ୍ୟାନ୍ସ ଭିଡିଓ ବହୁ ଦୃଷ୍ଟି ଆକର୍ଷଣ କରୁଛି । ଭିଡିଓରେ ସେ ଅକ୍ଷୟ କୁମାରଙ୍କ ସହ ରୋମାଣ୍ଟିକ ଡ୍ୟାନ୍ସ କରୁଛନ୍ତି । ମାଧୁରୀ ଦୀକ୍ଷିତ ଏବଂ ଅକ୍ଷୟ କୁମାରଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବହୁତ ଧୁମ ମଚାଉଛି । ପ୍ରଶଂସକମାନେ ମଧ୍ୟ ଏହା ଉପରେ ଅନେକ କମେଣ୍ଟ ଦେଉଛନ୍ତି ।

ରୋହନ ତନୁଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ମାଧୁରୀ ଦୀକ୍ଷିତ ଏବଂ ଅକ୍ଷୟ କୁମାରଙ୍କ ଏହି ଡ୍ୟାନ୍ସ ଭିଡିଓକୁ ପୋଷ୍ଟ କରାଯାଇଛି । ଏହାକୁ ଏପର୍ଯ୍ୟନ୍ତ 26 ଲକ୍ଷରୁ ଅଧିକ ଥର ଦେଖାଯାଇଛି । ମାଧୁରୀ ଦୀକ୍ଷିତଙ୍କ ଵର୍କଫ୍ରଣ୍ଟର କଥା ହେବା ତ ଏହି ଅଭିନେତ୍ରୀଙ୍କୁ ଗତ ବର୍ଷ କଲଙ୍କ ଏବଂ ଟୋଟଲ ଧମାଲରେ ଦେଖିବାକୁ ମିଳିଥିଲା । ମାଧୁରୀ ଦୀକ୍ଷିତ ରିୟଲିଟି ଟିଭି ସୋ’ରେ ଜଜ୍ ଭାବରେ ଫେରିବାକୁ ଯାଉଛନ୍ତି । ରିଅଲିଟି ସୋ ‘ଡ୍ୟାନ୍ସ ଦେୱାନ’ର ନୂଆ ସିଜନରେ ତାଙ୍କୁ ଦେଖିବାକୁ ମିଳିବ । ମାଧୁରୀ ଦୀକ୍ଷିତଙ୍କୁ ଆଗାମୀ ଦିନରେ ଅନେକ ବଡ଼ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ ।

ତେବେ ଏଥି ସହିତ ଅକ୍ଷୟ କୁମାରଙ୍କ ଵର୍କଫ୍ରଣ୍ଟର କଥା ହେବା ତ ସେ ନିଜର ଆଗାମୀ ଫିଲ୍ମ ‘ବେଲ ବଟମ’ର ସୁଟିଂ କରୁଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବାଣୀ କପୁର, ଲାରା ଦତ୍ତା, ହୁମା କୁରେଶି ଏବଂ ଅନେକ ବଲିଉଡ ଅଭିନେତା ନଜର ଆସିବେ । ଅକ୍ଷୟଙ୍କ ଫିଲ୍ମ ରଞ୍ଜିତ ଏମ ତିୱାରୀଙ୍କ ନିର୍ଦ୍ଦେଶିତ ହୋଇଥିବାବେଳେ ଏହି ଫିଲ୍ମକୁ ବସୁ ଭଗ୍ନାନୀ, ଜ୍ୟାକି ଭାଗ୍ନାନୀ, ଦୀପଶିଖା ଦେଶମୁଖ, ମୋନିଶା ଆଡଭାନୀ ନିଖିଲ ଆଡଭାନୀଙ୍କ ପରି କଳାକାରମାନେ ପ୍ରଡ୍ୟୁସ କରୁଛନ୍ତି । ଦେଶ ବାହାରେ ସୁଟିଂ ହୋଇଥିବା ଲକଡାଉନ୍ ପରେ ଏହା ପ୍ରଥମ ଏମିତି ଫିଲ୍ମ ଅଟେ, ଯାହାକୁ ଦେଶ ବାହାରେ ସୁଟିଂ କରାଯିବ ।


ସେୟାର କରନ୍ତୁ