ଡ଼ିସେମ୍ବରରେ ଆରମ୍ଭ ହେବ ‘ତେଜସ’ର ସୁଟିଂ, ପ୍ରଥମ ଥର ଫାଇଟର ପାଇଲଟ ରୋଲରେ ନଜର ଆସିବେ କଙ୍ଗନା ରନାୱତ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ତାରକା କଙ୍ଗନା ରନାୱତ କିଛି ଦିନ ହେବ ଚର୍ଚାରେ ରହିଆସିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରି ବିରୋଧରେ ଆକ୍ରମଣାତ୍ମକ ହୋଇଆସୁଛନ୍ତି ଏବଂ ଏହି ପ୍ରସଙ୍ଗରେ ନିରନ୍ତର କଥାକୁ ରଖୁଛନ୍ତି । ତେବେ କଙ୍ଗନା ଏକ ଭିନ୍ନ ଫିଲ୍ମ ପ୍ରୋଜେକ୍ଟରେ କାମ କରିବେ ଏବଂ କଙ୍ଗନା ଏଭଳି ଏକ ନୂଆ ଫିଲ୍ମର ଝଲକ ଦେଖାଇଛନ୍ତି । କଙ୍ଗନା ନିଜର ଆଗାମୀ ଫିଲ୍ମରେ ଆକାଶର ଉଚ୍ଚତାକୁ ସ୍ପର୍ଶ କରୁଥିବା ଦେଖିବାକୁ ମିଳିବ, ଯାହା ମଧ୍ୟ ଏକ ଯୁଦ୍ଧ ବିମାନରେ ।

ନିକଟରେ ସୋସିଆଲ ମିଡିଆରେ ଆନୁଷ୍ଠାନିକ ଭାବେ ଡେବ୍ୟୁ କରିଥିବା କଙ୍ଗନା 28 ଅଗଷ୍ଟ ଶୁକ୍ରବାର ଦିନ ନିଜ ଟ୍ୱିଟର ଆକାଉଣ୍ଟରୁ ତାଙ୍କର ଆଗାମୀ ଫିଲ୍ମ ‘ତେଜସ’ର ଏକ ନୂଆ ଝଲକ ଦେଖାଇଛନ୍ତି । ଏହି ଫିଲ୍ମରେ କଙ୍ଗନାଙ୍କୁ ଭାରତୀୟ ବାୟୁସେନାର ପାଇଲଟ୍ ଭାବରେ ଦେଖିବାକୁ ମିଳିବ ।

‘ତେଜସ୍’ର ସୁଟିଂ ଏହି ବର୍ଷ ଡିସେମ୍ବରରେ ଆରମ୍ଭ ହେବ । କଙ୍ଗନା ଏହି ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ବାୟୁସେନା ପାଇଲଟଙ୍କ ୟୁନିଫର୍ମରେ ଦେଖିବାକୁ ମିଳିଛନ୍ତି ଏବଂ ତାଙ୍କ ପଛରେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ତେଜସ ରହିଛି ।

ଏହି ପୋଷ୍ଟର ସହିତ କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ଡିସେମ୍ବରରେ # ତେଜସ ଉଡ଼ିବ । ଭାରତୀୟ ବାୟୁସେନାର ସାହସୀ ପାଇଲଟଙ୍କ ପାଇଁ ଉତ୍ସର୍ଗୀକୃତ ଏହି ଅଦ୍ଭୁତ କାହାଣୀର ଏକ ଅଂଶ ହୋଇ ମୁଁ ଗର୍ବିତ । ଜୟ ହିନ୍ଦ। “

ଏହି ଫିଲ୍ମ ପ୍ରସିଦ୍ଧ ନିର୍ମାତା ରାନି ସ୍କ୍ରୁୱାଲାଙ୍କ ଆରଏସଭିପି ପ୍ରଡକ୍ସନ୍ ବ୍ୟାନରରେ ନିର୍ମାଣ କରାଯାଉଛି ଏବଂ ସର୍ଭେଶ ମେୱାଡା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । କଙ୍ଗନାଙ୍କୁ ତାଙ୍କ କ୍ୟାରିୟରରେ ପ୍ରାୟ 15 ବର୍ଷ ମଧ୍ୟରେ ବହୁତ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି, କିନ୍ତୁ ଏହା ପ୍ରଥମ ଥର ହେବ ତାଙ୍କୁ ସୁରକ୍ଷା ବାହିନୀର ୟୁନିଫର୍ମରେ ଦେଖିବାକୁ ମିଳିବ ।

ଫିଲ୍ମର ନାମ ଏବଂ ପୋଷ୍ଟରରୁ ସ୍ପଷ୍ଟ ଯେ ଏହି ଫିଲ୍ମଟି କେବଳ ବାୟୁସେନାର ସାହସୀ ପାଇଲଟଙ୍କ କାହାଣୀ ନୁହେଁ, ବରଂ ଭାରତର ଏକମାତ୍ର ସ୍ୱଦେଶୀ ଆଡଭାନ୍ସଡ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଏଲସି) ତେଜସର କାହାଣୀ ଅଟେ, ଏହା ମାଧ୍ୟମରେ ସ୍ୱଦେଶୀ ବିମାନ ପ୍ରଚାର ହେବ ।


ସେୟାର କରନ୍ତୁ