ରାଜ୍ୟରେ ସୁସ୍ଥ ହେଲେ 2519 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 56924

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 2519 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 56924ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 2519 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାରୁ 428 ଜଣ, ବାଲେଶ୍ୱରରୁ 276 ଜଣ, ଗଞ୍ଜାମରୁ 237 ଜଣ, କଟକରୁ 152 ଜଣ, ରାୟଗଡାରୁ 144 ଜଣ, ଭଦ୍ରକରୁ 140 ଜଣ, ସୁନ୍ଦରଗଡରୁ 138 ଜଣ, କୋରାପୁଟରୁ 98 ଜଣ, ପୁରୀରୁ 97 ଜଣ, ନୟାଗଡରୁ 96 ଜଣ, ବଲାଙ୍ଗୀରରୁ 85 ଜଣ, ଢେଙ୍କାନାଳରୁ 61 ଜଣ, କନ୍ଧମାଳରୁ 60 ଜଣ, ସମ୍ବଲପୁରରୁ 59 ଜଣ, ଯାଜପୁରରୁ 58 ଜଣ, ମୟୂରଭଞ୍ଜରୁ 54 ଜଣ, ବରଗଡରୁ 53 ଜଣ, ଜଗତସିଂପୁରରୁ 53 ଜଣ, ମାଲକାନଗିରିରୁ 52 ଜଣ, ଗଜପତିରୁ 42 ଜଣ, ନବରଙ୍ଗପୁରରୁ 31 ଜଣ, କଳାହାଣ୍ଡିରୁ 23 ଜଣ, କେନ୍ଦ୍ରାପଡାରୁ 22 ଜଣ, ଦେବଗଡରୁ 19 ଜଣ, କେଉଁଝରରୁ 19 ଜଣ, ଝାରସୁଗୁଡାରୁ 18 ଜଣ, ଅନୁଗୋଳରୁ 3 ଜଣ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ