ଟାଇଗର ଶ୍ରଫ ନିଜ ଷ୍ଟଣ୍ଟରେ ସମସ୍ତଙ୍କୁ ପୁଣି କରିଦେଲେ ଆଶ୍ଚର୍ଯ୍ୟ, ଭିଡିଓରେ ଲଗାଇଲେ ଏତେ ଉଚ୍ଚାରୁ ଛଲାଙ୍ଗ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତା ଟାଇଗର ଶ୍ରଫ ନିଜର ଡ୍ୟାନ୍ସ ଏବଂ ଷ୍ଟଣ୍ଟ ଯୋଗୁଁ ଖୁବ ଚର୍ଚାରେ ରହିଥାନ୍ତି । ଏହି ନିକଟରେ ଟାଇଗର ଶ୍ରଫଙ୍କ ଏକ ଭିଡିଓ ଇଣ୍ଟରନେଟରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଟାଇଗର 5 ଫୁଟ 7 ଇଞ୍ଚ ବ୍ଲକର ଉପର ଦେଇ ଡେଇଁଥିବାର ନଜର ଆସିଛନ୍ତି । ଭିଡିଓରେ ଟାଇଗର ଶ୍ରଫ୍ ଭିଡିଓର ଷ୍ଟଣ୍ଟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କହିବାକି, ଆଜିକାଲି ସୋସିଆଲ ମିଡିଆରେ ଅଭିନେତା ଟାଇଗର ଶ୍ରଫ ମଧ୍ୟ ବହୁତ ଆକ୍ଟିଭ ଅଛନ୍ତି । ସେ ପ୍ରଶଂସକଙ୍କ ପାଇଁ ନିୟମିତ ବ୍ୟବଧାନରେ ନୂଆ ଭିଡିଓ ଆଣୁଛନ୍ତି । ଅଭିନେତାଙ୍କ ଷ୍ଟଣ୍ଟ ଭିଡିଓ ପ୍ରଶଂସକଙ୍କୁ ମଧ୍ୟ ବହୁତ ପସନ୍ଦ କରନ୍ତି ।

ଏହି ଭିଡିଓ ସେୟାର କରି ଟାଇଗର ଶ୍ରଫ କ୍ୟାପସନରେ ଲେଖିଛନ୍ତି, “ମାଙ୍କଡ ବିଜ । ତେବେ 5.7 ଫୁଟରୁ ଆହୁରି ଅଧିକ ଉଚା ଯାଇଥାନ୍ତି, ଯଦି ପୂର୍ବ ରାତିରେ କେକ ଖାଇ ନଥାନ୍ତି ।” ଟାଇଗରର ଏହି କୀର୍ତ୍ତିମାନ ଉପରେ ପ୍ରଶଂସକଙ୍କ ସହ ସେଲିବ୍ରେଟମାନେ ମଧ୍ୟ ଅନେକ ମନ୍ତବ୍ୟ ଦେଉଛନ୍ତି । ଅଭିନେତା ଡିନୋ ମୋରେ ମନ୍ତବ୍ୟ ଦେଇଛନ୍ତି, ”ମୋର ମନେ ଅଛି ଯେ ଆମେ ଥରେ ବାସ୍କେଟବଲ କୋର୍ଟରେ ଏହା କରିଥିଲୁ ।” ଟାଇଗରଙ୍କ ଏହି ଭିଡିଓ ଉପରେ ଅଭିନେତା ସୁନୀଲ ଶେଟ୍ଟୀ ମଧ୍ୟ ମନ୍ତବ୍ୟ ଦେଇଛନ୍ତି । ସେ ଲେଖିଛନ୍ତି, ”କେରେଜି ଟିଗି ।”

କହିବାକି, ଅଭିନେତା ଟାଇଗର ଶ୍ରଫଙ୍କୁ ଶେଷ ଥର ପାଇଁ ‘ବାଗୀ 3’ରେ ଦେଖିବାକୁ ମିଳିଥିଲା । ତେବେ କରୋନାଭାଇରସ୍ ଏବଂ ଲକଡାଉନ୍ ହେତୁ ଏହି ଫିଲ୍ମ ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିପାରି ନଥିଲା । ଏଥି ସହିତ, ଅଭିନେତା ଟାଇଗର ଶ୍ରଫ ଆଜିକାଲି କୋଭିଡ 19 ରୁ ରକ୍ଷା ପାଇବା ପାଇଁ ତାଙ୍କ ପରିବାର ସହିତ ଘରେ ଅଛନ୍ତି । ଆଇସୋଲେସନ ହେବା ପରେ ମଧ୍ୟ ଅଭିନେତା ତାଙ୍କ ଷ୍ଟଣ୍ଟ ଭିଡିଓ ସହିତ ଅନେକ ପ୍ରଶଂସା ପାଉଛନ୍ତି ।


ସେୟାର କରନ୍ତୁ