ଯେବେ କ୍ୟାଟ୍ରିନା କୈଫଙ୍କ ରଣବୀରଙ୍କ ଠାରୁ ହୋଇଥିଲା ବ୍ରେକଅପ, ଝିଅକୁ କଷ୍ଟରୁ ବାହାର କରିବା ପାଇଁ ମା ଏମିତି କରିଥିଲେ ସାହାଯ୍ୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କ୍ୟାଟ୍ରିନା କୈଫଙ୍କ ମା ତାଙ୍କୁ ସବୁବେଳେ ସଂଘର୍ଷ ଦିନରେ ସମ୍ଭାଳିଛନ୍ତି । ଏପରି ସମୟ ଥିଲା ଯେତେବେଳେ କ୍ୟାଟ୍ରିନା କୈଫ 6 ବର୍ଷ କମିଟେଡ଼ ସମ୍ପର୍କରେ ରହିଲା ପରେ ରଣବୀରଙ୍କ ଠାରୁ ବ୍ରେକଅପ କରିଥିଲେ । କ୍ୟାଟ୍ରିନା ରଣବୀରଙ୍କ ସହ ବାହାଘର ହେବାପାଇଁ ଚାହୁଁଥିଲେ, କିନ୍ତୁ ଯେତେବେଳେ ବାହାଘରର କଥା ଆସିଲା ଦୁହିଁଙ୍କ ମଧ୍ୟରେ ଦୂରତା ଆସିଗଲା ଓ ବ୍ରେକଅପ ହୋଇଗଲା । ହେଲେ ନିଜ ମାଙ୍କ ବୁଦ୍ଧିରେ ତାଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ସାହାଯ୍ୟ ମିଳିଲା ।

କ୍ୟାଟ୍ରିନା କୈଫ ଏକ ଇଣ୍ଟରଭିୟୁରେ କହିଥିଲେ, ତାଙ୍କର ମା ତାଙ୍କ ସାଥ ଦେଇଥିଲେ ଯେତେବେଳେ ସେ ରଣବୀରଙ୍କ ଠାରୁ ଅଲଗା ହୋଇ ବହୁତ ଖରାପ ସମୟ କାଟୁଥିଲେ ।ସେ ଖୁଲାସା କରିଥିଲେ କିପରି ତାଙ୍କ ମା ତାଙ୍କୁ ଭରସା ଦେଇଥିଲେ ସେ ଏକୁଟିଆ ନୁହନ୍ତି ଯିଏ ହୃଦୟ ଭାଙ୍ଗିବାର ସାମ୍ନା କରୁଛନ୍ତି ଓ ସେ ନିଶ୍ଚୟ ଏ କଷ୍ଟରୁ ମୁକ୍ତି ପାଇପାରିବେ ।କ୍ୟାଟ୍ରିନା କହିଥିଲେ, ମୋତେ ପୁଣି ଆଗକୁ ବଢିବା ପାଇଁ ବହୁତ ଲଢାଇ କରିବାକୁ ପଡିଥିଲା । ହେଲେ ମାଆଙ୍କର ସାହାଯ୍ୟରେ ମୁଁ ସମ୍ଭାଳି ଯାଇଥିଲି ।

କ୍ୟାଟ୍ରିନା ଆଗକୁ କହିଛନ୍ତି, ଏହି ଖରାପ ସମୟରେ ଯିଏ ସବୁଠୁ ଅଧିକ ସାହାଯ୍ୟ କରିଛନ୍ତି ସେ ମୋ ମା ଅଟନ୍ତି । ସେ ମୋତେ କହିଥିଲେ କି ଅନେକ ଝିଅ ଓ ମହିଳା ଗୋଟିଏ ପରିସ୍ଥିତିରେ ସମୟ କାଟନ୍ତି । ତୁମକୁ ଲାଗିଥାଏ କି ତୁମେ ଏକୁଟିଆ କିନ୍ତୁ ତୁମେ ଏକୁଟିଆ ନୁହଁ । ଏହି କଥା ବହୁତ ଖୁସି ଦେଇଥିଲା, ହେଲେ କ୍ୟାଟ୍ରିନା କୈଫ ନିଜ ଜୀବନରେ ଆଗକୁ ବଢି ସାରିଛନ୍ତି । ଅଭିନେତ୍ରୀ 9 ଡିସେମ୍ବରରେ ଭିକି କୌଶଳଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି, ଦୁଇ ଜଣ ନିଜର ବିବାହ ଜୀବନରେ ବହୁତ ଖୁସି ଅଛନ୍ତି ।ତେଣେ ରଣବୀର କପୁର ଏବେ ଆଲିଆ ଭଟ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।


ସେୟାର କରନ୍ତୁ