ନିକ ଜୋନସ କରୁଥିଲେ ପୁସଅପ୍ ସେହି ସମୟରେ ପିଠି ଉପରେ ବସି ଗଲେ ପ୍ରିୟଙ୍କା ଚୋପ୍ରା, କହିଲେ- ଏହା ମୋର ପ୍ରିୟ ଏକ୍ସରସାଇଜ….

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଫିଲ୍ମ ଏବଂ ଅନ୍ଦାଜ ପାଇଁ ଜଣାଶୁଣା । ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି ଏବଂ ଅନେକ ସମୟରେ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ସହ ଯୋଡି ହୋଇ ରୁହନ୍ତି । ପ୍ରିୟଙ୍କା ଚୋପ୍ରାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଅଭିନେତ୍ରୀ ନିକ ଜୋନସଙ୍କ ପିଠିରେ ବସିଥିବାର ନଜର ଆସିଛନ୍ତି । ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବା ସହିତ ପ୍ରଶଂସକମାନେ ମଧ୍ୟ ଏହା ଉପରେ ବହୁତ କମେଣ୍ଟ ଦେଉଛନ୍ତି । ଏଥିରେ ପ୍ରିୟଙ୍କା ଏବଂ ନିକଙ୍କ ଅନ୍ଦାଜ ଦେଖିବାକୁ ପସନ୍ଦ ଲାଗୁଛି ।

ପ୍ରିୟଙ୍କା ଚୋପ୍ରାଙ୍କ ଟ୍ୱିଟରରେ ସେୟାର ହୋଇଥିବା ଏହି ଫଟୋରେ ତାଙ୍କ ସ୍ୱାମୀ ଏବଂ ଆମେରିକୀୟ ଗାୟକ ନିକ ଜୋନସ ପୁସଅପ୍ କରୁଥିବାବେଳେ ଅଭିନେତ୍ରୀ ତାଙ୍କ ପିଠିରେ ବସିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, ପୁସଅପ୍ ହେଉଛି ମୋର ପ୍ରିୟ ବ୍ୟାୟାମ । ଫଟୋରେ, ଯେଉଁଠାରେ ଅଭିନେତ୍ରୀଙ୍କୁ କଳା ଟି-ସାର୍ଟ ଏବଂ ବ୍ଲାକ୍ ଟାଇଟ୍ସରେ ଦେଖିବାକୁ ମିଳୁଛନ୍ତି , ନିକ ଜୋନାସ୍ ମଧ୍ୟ ବ୍ଲାକ୍ ଟ୍ରାକସୁଟ୍ ରେ ନଜର ଆସିଛନ୍ତି । କହିବାକି ନିକ ଏବଂ ପ୍ରିୟଙ୍କା ପ୍ରାୟତଃ ପରସ୍ପର ସହିତ ଫଟୋ ଏବଂ ଭିଡିଓ ସେୟାର କରି ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରନ୍ତି ।

କହିବାକି , ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ଗାୟକ ନିକ ଜୋନସ 2018 ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏଥି ସହିତ ଵର୍କଫ୍ରଣ୍ଟର କଥା କହିବାତ ପ୍ରିୟଙ୍କା ଚୋପ୍ରା ଆମାଜନ ସହ ଦୁଇ ବର୍ଷର ‘ମଲ୍ଟି ମିଲିୟନ୍ ଡଲାରର ପ୍ରଥମ ଲୁକ୍ ଟେଲିଭିଜନ୍ ଡିଲ୍’ ସ୍ୱାକ୍ଷର କରିଛନ୍ତି । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଦ ସ୍କାଏ ପିଙ୍କ’ରେ ଦେଖିବାକୁ ମିଳିଥିଲେ ।


ସେୟାର କରନ୍ତୁ