ରାଜ୍ୟରେ 1499 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 31877କୁ ବୃଦ୍ଧି

ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1499 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 31,877କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1499 ଜଣଙ୍କ ମଧ୍ୟରୁ 914 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 585 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1499 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନଗୁଳରୁ 25, ବାଲେଶ୍ଵରରୁ 37, ବରଗଡ଼ରୁ 10, ଭଦ୍ରକରୁ 1, ବଲାଙ୍ଗିରରୁ 19, କଟକରୁ 28, ଦେବଗଡ଼ରୁ 2, ଢେଙ୍କାନାଳରୁ 92, ଗଜପତିରୁ 97, ଗଞ୍ଜାମରୁ 368, ଜଗତସିଂହପୁରରୁ 15, ଯାଜପୁରରୁ 19, ଝାରସୁଗୁଡ଼ାରୁ 7, କଳାହାଣ୍ଡିରୁ 44, କନ୍ଧମାଳରୁ 50, କେନ୍ଦ୍ରାପଡ଼ା 14, କେଉଁଝରରୁ 16, ଖୋର୍ଦ୍ଧା 214, କୋରାପୁଟରୁ 81, ମାଲକାନାଗିରିରୁ 26, ମୟୁରଭଞ୍ଜରୁ 13, ନବରଙ୍ଗପୁରରୁ 33, ନୟାଗଡ଼ରୁ 67, ନୂଆପଡ଼ାରୁ 9, ପୁରୀରୁ 36, ରାୟଗଡ଼ାରୁ 40, ସମ୍ବଲପୁରରୁ 56, ସୋନପୁରରୁ 5, ସୁନ୍ଦରଗଡ଼ରୁ 75।

ଏବେ ରାଜ୍ୟରେ ମୋଟ 31,877 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 11918ଟି ଆକ୍ଟିଭ କେସ୍ ରହିଅଛି ଏବଂ 19745 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ