ରାଜ୍ୟରେ ସୁସ୍ଥ ହେଲେ 772 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 20517

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 772 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 20517ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 772 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଶୁକ୍ରବାର ଗଞ୍ଜାମ ଜିଲ୍ଲାରୁ 212 ଜଣ, କଟକରୁ 116 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 81 ଜଣ, କେନ୍ଦୁଝର ଜିଲ୍ଲାରୁ 68 ଜଣ, କୋରାପୁଟ ଜିଲ୍ଲାରୁ 41 ଜଣ, ରାୟଗଡ଼ା ଜିଲ୍ଲାରୁ 31 ଜଣ, ଗଜପତି ଜିଲ୍ଲାରୁ 27 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 24 ଜଣ, ଯାଜପୁର ଜିଲ୍ଲାରୁ 21 ଜଣ, କଳାହାଣ୍ଡି ଜିଲ୍ଲାରୁ 20 ଜଣ, ନବରଙ୍ଗପୁର ଜିଲ୍ଲାରୁ 19 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 18 ଜଣ, କନ୍ଧମାଳ ଜିଲ୍ଲାରୁ 14 ଜଣ, ମାଲକାନଗିରି ଜିଲ୍ଲାରୁ 12 ଜଣ, ସମ୍ବଲପୁର ଜିଲ୍ଲାରୁ 11 ଜଣ, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ 10 ଜଣ ଲେଖାଏଁ, ବରଗଡ଼ ଜିଲ୍ଲାରୁ 6 ଜଣ, ବଲାଙ୍ଗୀର ଜିଲ୍ଲାରୁ 5 ଜଣ, ବାଲେଶ୍ୱର ଜିଲ୍ଲାରୁ 4 ଜଣ, ବୌଦ୍ଧ, ଜଗସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲାରୁ 3 ଜଣ ଲେଖାଏଁ ଏବଂ ଅନୁଗୁଳ, ନୟାଗଡ଼ ଓ ସୋନପୁର ଆଦି ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ