ରାଜ୍ୟରେ ସୁସ୍ଥ ହେଲେ 581 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 17373

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 581 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 17,373ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 581 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ 160 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 77 ଜଣ, ଗଜପତି ଜିଲ୍ଲାରୁ 43 ଜଣ, କଟକ ଜିଲ୍ଲାରୁ 34 ଜଣ, ମାଲକାନଗିରି ଜିଲ୍ଲାରୁ 32 ଜଣ, ବରଗଡ଼ ଜିଲ୍ଲାରୁ 25 ଜଣ, ଭଦ୍ରକ ଜିଲ୍ଲାରୁ 23 ଜଣ, କେନ୍ଦୁଝର ଜିଲ୍ଲାରୁ 19 ଜଣ, ଅନୁଗୁଳ ଜିଲ୍ଲାରୁ 17 ଜଣ, କନ୍ଧମାଳ ଜିଲ୍ଲାରୁ 17 ଜଣ, ଜଗତସିଂହପୁର ଜିଲ୍ଲାରୁ 14 ଜଣ, ସମ୍ବଲପୁର ଜିଲ୍ଲାରୁ 14 ଜଣ, ମୟୁରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ 12 ଜଣ ଲେଖାଏଁ, ବାଲେଶ୍ୱର ଜିଲ୍ଲାରୁ 10 ଜଣ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ 9 ଜଣ ଲେଖାଏଁ, ଢ଼େଙ୍କାନାଳ ଜିଲ୍ଲାରୁ 8 ଜଣ, ଯାଜପୁର ଜିଲ୍ଲାରୁ 7 ଜଣ, ବଲାଙ୍ଗୀର ଜିଲ୍ଲାରୁ 6 ଜଣ, ବୌଦ୍ଧ ଜିଲ୍ଲାରୁ 5 ଜଣ, ଦେବଗଡ଼ ଜିଲ୍ଲାରୁ 3 ଜଣ, ନବରଙ୍ଗପୁର ଜିଲ୍ଲାରୁ 2 ଜଣ ଏବଂ କୋରାପୁଟ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ