ରାଜ୍ୟରେ ରେକର୍ଡ଼ ସଂଖ୍ୟକ 1594 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 22693କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1594 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 22693କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1594 ଜଣଙ୍କ ମଧ୍ୟରୁ 1067 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 527 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1594 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ 10 ଜଣ, ବାଲେଶ୍ବର ଜିଲ୍ଲାରୁ 22 ଜଣ, ବରଗଡ ଜିଲ୍ଲାରୁ 8 ଜଣ, ଭଦ୍ରକ ଜିଲ୍ଲାରୁ 60 ଜଣ, ବଲାଙ୍ଗୀର ଜିଲ୍ଲାରୁ 6 ଜଣ, ବୌଦ୍ଧ ଜିଲ୍ଲାରୁ 41 ଜଣ, କଟକ ଜିଲ୍ଲାରୁ 137 ଜଣ, ଢେଙ୍କାନାଳ ଜିଲ୍ଲାରୁ 2 ଜଣ, ଗଜପତି ଜିଲ୍ଲାରୁ 3 ଜଣ, ଗଞ୍ଜାମ ଜିଲ୍ଲାରୁ 732 ଜଣ, ଜଗତସିଂହପୁର ଜିଲ୍ଲାରୁ 3 ଜଣ, ଯାଜପୁର ଜିଲ୍ଲାରୁ 5 ଜଣ, ଝାରସୁଗୁଡା ଜିଲ୍ଲାରୁ 8 ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ 17 ଜଣ, କେନ୍ଦ୍ରାପଡା ଜିଲ୍ଲାରୁ 9 ଜଣ, କେନ୍ଦୁଝର ଜିଲ୍ଲାରୁ 20 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 320 ଜଣ, କୋରାପୁଟ ଜିଲ୍ଲାରୁ 33 ଜଣ, ମାଲକାନଗିରି ଜିଲ୍ଲାରୁ 9 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 32 ଜଣ, ନବରଙ୍ଗପୁର ଜିଲ୍ଲାରୁ 3 ଜଣ, ନୟାଗଡ ଜିଲ୍ଲାରୁ 10 ଜଣ, ନୂଆପଡା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ 30 ଜଣ, ସମ୍ବଲପୁର ଜିଲ୍ଲାରୁ 13 ଜଣ, ସୋନପୁର ଜିଲ୍ଲାରୁ 4 ଜଣ, ସୁନ୍ଦରଗଡ ଜିଲ୍ଲାରୁ 56 ଜଣ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 22,693 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 8148ଟି ଆକ୍ଟିଭ କେସ୍ ରହିଅଛି ଏବଂ 14,392 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ