ରାଜ୍ୟରେ ପୁଣି ରେକର୍ଡ଼ ସଂଖ୍ୟକ 1078 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 19835କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1078 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 19,835କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1078 ଜଣଙ୍କ ମଧ୍ୟରୁ 721 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 357 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1078 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ଜଣେ, ବାଲେଶ୍ବରରୁ 10, ବରଗଡ଼ରୁ 26, ଭଦ୍ରକରୁ ଜଣେ, ବଲାଙ୍ଗିରରୁ 6, ବୌଦ୍ଧରୁ 3, କଟକରୁ 57, ଢେଙ୍କାନାଳରୁ 2, ଗଜପତିରୁ 24, ଗଞ୍ଜାମରୁ 371, ଜଗତ୍‌ସିିଂସପୁରରୁ 35, ଯାଜପୁରରୁ 20, ଝାରସୁଗୁଡ଼ାରୁ 34, କଳାହାଣ୍ଡିରୁ 15, କନ୍ଧମାଳରୁ 13, କେନ୍ଦ୍ରାପଡ଼ାରୁ 24, କେନ୍ଦୁଝରରୁ 16, ଖୋର୍ଦ୍ଧାରୁ 121, କୋରାପୁଟରୁ 15, ମାଲକାନଗିରିରୁ 66, ମୟୂରଭଞ୍ଜରୁ 13, ନବରଙ୍ଗପୁରରୁ 17, ନୟାଗଡ଼ରୁ 5, ପୁରୀରୁ 28, ରାୟଗଡ଼ାରୁ 96, ସମ୍ବଲପୁରରୁ 20, ସୋନପୁରରୁ 10 ଏବଂ ସୁନ୍ଦରଗଡ଼ରୁ 29 ଜଣ ଚି଼ହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 19,835 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 6387ଟି ଆକ୍ଟିଭ କେସ୍ ରହିଅଛି ଏବଂ 13309 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ