ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହେଲେ କଲେଜ ଅଧ୍ୟକ୍ଷ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସାନ୍ଦା ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିଶିର କୁମାର ଦେହୁରୀଙ୍କୁ ଭୁବନେଶ୍ୱର ସ୍ଥିତ ମେଫେୟାର ହୋଟେଲରେ ଆୟୋଜିତ ଏଜୁକେସନ କନକ୍ଲେଭରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଏମବିସି ଟିଭି ଦ୍ୱାରା ଆୟୋଜିତ ଏଜୁକେସନ କନକ୍ଲେଭରେ ରାଜ୍ୟର ଜଣେ ବିଶିଷ୍ଟ ଶିକ୍ଷାବିତ୍ ,ସାହିତ୍ୟିକ ,ସମାଜସେବୀ ଭାବେ ଏହି ଖ୍ୟାତି ତାଙ୍କୁ ପ୍ରଦାନ କରାଯାଇଛି ।

ଏମବିସି ଟିଭିର ଚେୟାରମ୍ୟାନ ତଥା ଉଦ୍ୟୋଗୀ ତଥା ଶିକ୍ଷାବିତ ଡକ୍ଟର ବଦ୍ରୀ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏଜୁକେସନ କନକ୍ଲେଭରେ ଛତିଶଗଡ଼ର ରାଜ୍ୟପାଳ ଡକ୍ଟର ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ସମ୍ମାନ ପ୍ରଦାନ କରାଯାଇଛି । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମ୍ବାଦ ଗ୍ରୋପର ଚେୟାରମ୍ୟାନ ,ପୂର୍ବତନ ସାଂସଦ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ,ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ,ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସାନ୍ଦା କଲେଜର ଅଧ୍ୟକ୍ଷ ଶିଶିର କୁମାର ଦେହୁରୀ 1993 ମସିହାରୁ ନିଜର ଅଧ୍ୟାପକ ଜୀବନ ଆରମ୍ଭ କରିଥିଲେ । 1998 ମସିହାରୁ ଅଦ୍ୟାବଧି କଲେଜ ଅଧ୍ୟକ୍ଷ ଭାବେ ନିଜର କର୍ତ୍ତବ୍ୟ ଓ ମୂଲ୍ୟବୋଧ ପ୍ରତିପାଦନ କରୁଛନ୍ତି । ତାଙ୍କ 30 ବର୍ଷ ଚାକିରୀ ଜୀବନ ମଧ୍ୟରେ ଅନେକ ଡାକ୍ତର ,ପ୍ରଶାସନିକ ଅଧିକାରୀ ,ପୋଲିସ ,ସୈନିକ ଗଢ଼ି ତୋଳିବାରେ ବଡ଼ ଅବଦାନ ରହିଛି । ତାଙ୍କର ଏହି ସମ୍ନାନ ପାଇବା ପରେ କଲେଜ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଛି ।


ସେୟାର କରନ୍ତୁ