ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ସନ୍ତାନଙ୍କ ଉନ୍ନତିରେ ଗୌରବାନ୍ବିତ ଅନୁଭବ କରିବେ। କାନକୁହା ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ,ଅଯଥା ହଇରାଣ ହୋଇପାରନ୍ତି ।

ବୃଷ: ଦୂରବନ୍ଧୁଙ୍କ ସହାୟତା ପାଇପାରନ୍ତି । ପରିଶ୍ରମ କରନ୍ତୁ, ସୁଫଳ ପାଇବେ । ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ । କାର୍ଯ୍ୟକ୍ଷେତ୍ରରେ ସହଧର୍ମିଣୀଙ୍କ ସହାୟତା ମିଳିପାରେ ।

ମିଥୁନ: ଲୁହା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଅଫିସରେ ନୂଆ କାମର ଦାୟିତ୍ବ ପାଇବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

କର୍କଟ: ଠାକୁରଙ୍କ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ବ୍ୟବସାୟ ନେଇ ବ୍ୟସ୍ତ ରହିବେ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ ।

ସି˚ହ: ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।

କନ୍ୟା: ପଠନ-ଲିଖନ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି । ଆପଣଙ୍କୁ ଉଚିତ ସମୟର ଧ୍ୟାନ ରଖିବାକୁ ହେବ। ଦୀର୍ଘଦିନର ଆଶା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ ।

ତୁଳା: କୌଣସି କାର୍ଯ୍ୟରେ ନୂଆ ଦାୟିତ୍ବ ମିଳିପାରେ। ଶୁଭ ସମାଚାର ପାଇବେ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ରହିବ। ଶତ୍ରୁର ବିନାଶ ଘଟାଇ ଧନଭୋଗ କରିପାରନ୍ତି । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ ।

ବିଛା: ନିଜ କାମରେ ଅଧିକ ପରିଶ୍ରମ କରନ୍ତୁ, ସଫଳତା ପାଇବେ। ଆୟର ମାତ୍ରା ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଅଧିକ ଦାୟିତ୍ୱ ବହନ କରିପାରନ୍ତି ।

ଧନୁ: କିଛି ନୂଆ ଅନୁଭବ ପ୍ରାପ୍ତି ହେବ। ଅଧିକାରୀଙ୍କ ସହିତ ମହତ୍ତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ମକର: ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଭାବରେ କାର୍ଯ୍ୟ ସଂପାଦନ କରିବେ । ବ୍ୟବସାୟ ଉପରେ ବିରୋଧୀଙ୍କର ନଜର ରହିବ। କର୍ମକ୍ଷେତ୍ରରୁ ସଫଳତା ପାଇବେ ଓ ସୁଖ-ସନ୍ତୋଷ ଲାଭ କରିପାରନ୍ତି ।

କୁମ୍ଭ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବେପାରରେ ଉନ୍ନତି ହେବ। ରାଜନୀତିରେ ଆର୍ଥିକ ଲାଭ ହେବ।

ମୀନ: ଯାହା କରିବେ ଭାବିଚିନ୍ତି କରିବେ, ସଫଳତା ମିିଳିବ । ବ୍ୟବସାୟରେ ଉନ୍ନତି ହେବ। ଦାମ୍ପତ୍ୟ ସମ୍ବନ୍ଧ ନିବିଡ଼ ହେବ। କର୍ମକ୍ଷେତ୍ରରେ ଠିକ୍ କାମ କରନ୍ତୁ, ପ୍ରଶଂସାର ପାତ୍ର ହେବେ ।


ସେୟାର କରନ୍ତୁ