ରାଜ୍ୟରେ ପୁଣି 718 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 16110କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 718 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 16,110କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 718 ଜଣଙ୍କ ମଧ୍ୟରୁ 479 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 239 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 718 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ 9 ଜଣ, ବାଲେଶ୍ବରରୁ 9 ଜଣ, ବରଗଡ଼ରୁ 4 ଜଣ, ଭଦ୍ରକରୁ 10 ଜଣ, କଟକରୁ 32 ଜଣ, ଢେଙ୍କାନାଳରୁ 6 ଜଣ, ଗଜପତିରୁ 21 ଜଣ, ଗଞ୍ଜାମରୁ 231 ଜଣ, ଜଗତ୍‌ସିଂହପୁରରୁ 16 ଜଣ, ଝାରସୁଗୁଡ଼ାରୁ 24 ଜଣ, କନ୍ଧମାଳରୁ 7 ଜଣ, କେନ୍ଦ୍ରାପଡ଼ାରୁ 4 ଜଣ, କେନ୍ଦୁଝରରୁ 28 ଜଣ, ଖୋର୍ଦ୍ଧାରୁ 150 ଜଣ, କୋରାପୁଟରୁ 27 ଜଣ, ମାଲକାନଗିରିରୁ 54 ଜଣ, ମୟୂରଭଞ୍ଜରୁ 22 ଜଣ, ନବରଙ୍ଗପୁରରରୁ ଜଣେ, ନୟାଗଡ଼ରୁ 13 ଜଣ, ପୁରୀରୁ 9 ଜଣ, ରାୟଗଡ଼ାରୁ 19 ଜଣ, ସମ୍ବଲପୁରରୁ 7 ଜଣ, ସୋନପୁରରୁ 5 ଜଣ ଓ ସୁନ୍ଦରଗଡ଼ରୁ 10 ଜଣ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 16,110 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 5124ଟି ଆକ୍ଟିଭ କେସ୍ ରହିଅଛି ଏବଂ 10877 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ