ରାଜ୍ୟରେ 616 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 13,737

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 616 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 13,737କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 616 ଜଣଙ୍କ ମଧ୍ୟରୁ 415 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 201 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 616 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ 283 ଜଣ, ଅନୁଗୁଳ ଜିଲ୍ଲାରୁ 7 ଜଣ, ବାଲେଶ୍ୱର ଜିଲ୍ଲାରୁ 27 ଜଣ, ବରଗଡ଼ ଜିଲ୍ଲାରୁ 31 ଜଣ, ଭଦ୍ରକ ଜିଲ୍ଲାରୁ 2 ଜଣ, ବଲାଙ୍ଗୀର ଜିଲ୍ଲାରୁ 2 ଜଣ, କଟକରୁ 23 ଜଣ, ଢ଼େଙ୍କାନାଳରୁ 7 ଜଣ, ଗଜପତି ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ 18 ଜଣ, ଯାଜପୁର ଜିଲ୍ଲାରୁ 17 ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 11 ଜଣ, କଳାହାଣ୍ଡି ଜିଲ୍ଲାରୁ 6 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ, କେନ୍ଦୁଝରରୁ 23 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 29 ଜଣ, କୋରାପୁଟ ଜିଲ୍ଲାରୁ 50 ଜଣ, ମାଲକାନଗିରି ଜିଲ୍ଲାରୁ 14 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 13 ଜଣ, ନବରଙ୍ଗପୁର ଜିଲ୍ଲାରୁ 40 ଜଣ, ନୂଆପଡ଼ାରୁ 5 ଜଣ ଏବଂ ପୁରୀରୁ ଜଣେ ଓ ସୁନ୍ଦରଗଡ଼ରୁ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 13,737 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 4896ଟି ଆକ୍ଟିଭ କେସ୍ ରହିଅଛି ଏବଂ 8750 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ