ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଆକ୍ଟର ସୋନୁ ସୁଦ୍

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲିଉଡ ଆକ୍ଟର ତଥା ସମାଜସେବୀ ସୋନୁ ସୁଦ୍ ଭେଟିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସୋନୁ ସୁଦ୍‌ଙ୍କ ଏହା ସୌଜନ୍ୟମୂଳକ ଭେଟ ହୋଇଛି ।

ତେବେ ବଲିଉଡ ଆକ୍ଟର ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ସର୍ବଦା ଆଗରେ ଥାଆନ୍ତି । କରୋନା ମହାମାରୀ ହେତୁ ସୋନୁ ପ୍ରବାସୀ ଲୋକଙ୍କ ପାଇଁ ଏକ ମସିହା ଭାବରେ ଠିଆ ହୋଇଥିଲେ । ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ସାହାଯ୍ୟ ମାଗନ୍ତି ।

କରୋନା ମହାମାରୀ ସମୟରେ ସୋନୁ ସୁଦ୍‌ 70ରୁ ଅଧିକ ଲୋକଙ୍କୁ ରାଜ୍ୟକୁ ଫେରିବାରେ ସହାୟତା କରିଥିଲେ । ଏହି କାର୍ଯ୍ୟ ପାଇଁ ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।


ସେୟାର କରନ୍ତୁ