ରାଜ୍ୟରେ ସୁସ୍ଥ ହେଲେ 401 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 7407

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 401 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 7407ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 401 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 100 ଜଣ, ଗଜପତି ଜିଲ୍ଲାରୁ 67 ଜଣ, କଟକ ଜିଲ୍ଲାରୁ 42 ଜଣ, ଯାଜପୁର ଜିଲ୍ଲାରୁ 32 ଜଣ, ଦେବଗଡ଼ ଜିଲ୍ଲାରୁ 19 ଜଣ, କୋରାପୁଟ ଜିଲ୍ଲାରୁ 18 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 15 ଜଣ, ବରଗଡ଼ ଜିଲ୍ଲାରୁ 14ଜଣ, ଭଦ୍ରକରୁ 14 ଜଣ, ବାଲେଶ୍ୱର ଜିଲ୍ଲାରୁ 12 ଜଣ, କେନ୍ଦୁଝର ଜିଲ୍ଲାରୁ 10 ଜଣ, ମାଲକାନଗିରି ଜିଲ୍ଲାରୁ 10 ଜଣ, ଜଗତସିଂହପୁର ଜିଲ୍ଲାରୁ 9 ଜଣ, ଝାରସୁଗୁଡ଼ା ଓ ମୟୁରଭଞ୍ଜ ଜିଲ୍ଲାରୁ 7 ଜଣ ଲେଖାଏଁ, କନ୍ଧମାଳ ଜିଲ୍ଲାରୁ 6 ଜଣ, ନୟାଗଡ଼ ଓ ସମ୍ବଲପୁର ଜିଲ୍ଲାରୁ 5 ଜଣ ଲେଖାଏଁ ଏବଂ ନବରଙ୍ଗପୁର ଜିଲ୍ଲାରୁ 4 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 3 ଜଣ ଓ ଢ଼େଙ୍କାନାଳ ଜିଲ୍ଲାରୁ 2 ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ