ରାଜ୍ୟରେ 469 ଜଣ କରୋନା ପଜିଟିଭ ଚି଼ହ୍ନଟ, ମୋଟ ସଂଖ୍ୟା 9070

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 469 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9070କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 469 ଜଣଙ୍କ ମଧ୍ୟରୁ 317 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 152 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 469 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 116 ଜଣ, କଟକରୁ 94 ଜଣ, ସୁନ୍ଦରଗଡ଼ରୁ 66 ଜଣ, ଖୋର୍ଦ୍ଧାରୁ 27 ଜଣ, ଯାଜପୁର 25 ଜଣ, କେନ୍ଦୁଝରରୁ 25 ଜଣ, ନୟାଗଡ଼ରୁ 24 ଜଣ, ଭଦ୍ରକରୁ 16 ଜଣ, ସମ୍ବଲପୁରରୁ 13 ଜଣ, ଗଜପତିରୁ 12 ଜଣ, ଅନୁଗୁଳରୁ 11 ଜଣ, ବାଲେଶ୍ବର ଓ ପୁରୀରୁ 8 ଜଣ ଲେଖାଏଁ , ମୟୂରଭଞ୍ଜରୁ 6 ଜଣ, କେନ୍ଦ୍ରାପଡ଼ାରୁ 5 ଜଣ, ବଲାଙ୍ଗିରରୁ 3 ଜଣ, କଳାହାଣ୍ଡି 2 ଜଣ, ନବରଙ୍ଗପୁରରୁ 2 ଜଣ ଏବଂ କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ 4ଜଣ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା କର୍ମଚାରୀ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏବେ ମୋଟ ପଜିଟିଭ ସଂଖ୍ୟା 9070 ରହିଛି । ଏଥିମଧ୍ୟରୁ 3090 ଟି ଆକ୍ଟିଭ‌ କେସ ରହିଅଛି ଏବଂ 5934 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ