ରାଜ୍ୟରେ ଦୁଇ ସଂକ୍ରମିଙ୍କ ମୃତ୍ୟୁ, କରୋନା ମୃତ୍ୟୁ ସଂଖ୍ୟା ରାଜ୍ୟରେ 36

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ ଦୁଇ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନା ମହାମାରୀରେ ସଂକ୍ରମଣ ହୋଇ ମୃତ୍ୟୁ ହୋଇଥିବା ଏହି 2 ଜଣ ବ୍ୟକ୍ତି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହା ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36ରେ ପହଞ୍ଚିଛି । କରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡ଼ିତ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା 10ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି କରୋନାରେ ମୃତ୍ୟୁ ହୋଇଥିବା 2 ଜଣ ମୃତକଙ୍କ ମଧ୍ୟରୁ ଜଣେ ଗଜପତି ଜିଲ୍ଲାର ଓ ଅନ୍ୟ ଜଣେ ସୁନ୍ଦରଗଡ଼ ଜିଲ୍ଲାର । ତେବେ ପ୍ରଥମ ମୃତକ ଜଣକ ଗଜପତି ଜିଲ୍ଲାର 40 ବର୍ଷୀୟ ବ୍ୟକ୍ତି ଏବଂ ଅନ୍ୟଜଣେ ସୁନ୍ଦରଗଡ଼ ଜିଲ୍ଲାର 64 ବର୍ଷୀୟ ବ୍ୟକ୍ତି ।


ସେୟାର କରନ୍ତୁ