ନୋରା ଫତେହି ଶ୍ରଦ୍ଧା କପୁରଙ୍କୁ ଶିଖାଇଲେ ‘ଦିଲବର’ ଗୀତରେ ଵେଲି ଡ଼୍ୟାନ୍ସ , ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ପୁରୁଣା Video

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଶ୍ରଦ୍ଧା କପୁର (Shraddha Kapoor) ଏବଂ ନୋରା ଫତେହିଙ୍କର (Nora Fatehi) ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଧୁମ ମଚାଉଛି । ଏହି ଭିଡ଼ିଓରେ ନୋରା ଶ୍ରଦ୍ଧାଙ୍କୁ ଵେଲି ଡ଼୍ୟାନ୍ସ ଶିଖାଉଛନ୍ତି । କହିବାକି ଲକଡାଉନରେ ସେଲିବ୍ରେଟିମାନେ ଏମିତି ନିଜ ଘରେ କଏଦ ହୋଇକରି କରୋନା ସାଥିରେ ଯୁଦ୍ଧ ଲଢ଼ୁଛନ୍ତି । କିନ୍ତୁ ସେଇଠି ତାଙ୍କର ପୁରୁଣା ଭିଡ଼ିଓ ଫ୍ୟାନ୍ସକୁ ଖୁବ ମନୋରଞ୍ଜନ କରୁଅଛି । ଏହି ନିକଟରେ ନୋରା ଫତେହି ଏବଂ ଶ୍ରଦ୍ଧା କପୁରଙ୍କର ଏକ ଭିଡ଼ିଓ ଇଣ୍ଟରନେଟରେ ଛାଇ ହୋଇରହିଛି । ଏହି ଭିଡିଓ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର 3ଡ଼ି’ର (Street Dancer 3D) ସୁଟିଂ ସମୟର ଅଟେ । ଏହି ଭିଡ଼ିଓରେ ନୋରା ଶ୍ରଦ୍ଧାଙ୍କୁ ନିଜର ସୁପରହିଟ ସଂଗୀତ ‘ଦିଲବର’ ଉପରେ ଵେଲି ଡ଼୍ୟାନ୍ସ ମୁଵସ ଶିଖାଉଛନ୍ତି ।

ନୋରା ଫତେହିଙ୍କର (Nora Fatehi) ଏବଂ ଶ୍ରଦ୍ଧା କପୁର (Shraddha Kapoor)ଙ୍କ ଏହି ଭିଡିଓ ତାଙ୍କର ଫ୍ୟାନ୍ସ କ୍ଲବ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱାରା ସେୟାର କରିଛନ୍ତି । ଏହି ଭିଡ଼ିଓରେ ନୋରା ଶ୍ରଦ୍ଧାଙ୍କୁ ଵେଲି ଡ଼୍ୟାନ୍ସ ମୁଵସ ଶିଖାଉଛନ୍ତି । ଭିଡିଓରେ ଦେଖାଯାଉଛି କି ଯେବେ ନୋରା ଶ୍ରଦ୍ଧାଙ୍କୁ ‘ଦିଲବର’ ଉପରେ ଷ୍ଟେପ ଶିଖାଉଛନ୍ତି, ତେବେ ବଡ଼ ମଜାଦାର ଅନ୍ଦାଜରେ ସେ ମଧ୍ୟ ସେ ସବୁକୁ ମାନୁଛନ୍ତି । ଏକ୍ଟ୍ରସ ଏହି ଭିଡିଓରେ ଖୁବ କ୍ୟୁଟ ଲାଗୁଛନ୍ତି ।

ନୋରା ଫତେହି ଏବଂ ଶ୍ରଦ୍ଧା କପୁରଙ୍କର ଏହି ଡ୍ୟାନ୍ସ ଭିଡିଓ ଉପରେ ଫ୍ୟାନ୍ସ ଖୁବ କମେଣ୍ଟ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । କହିବାକି ଶ୍ରଦ୍ଧା କପୁରଙ୍କ (Shraddha Kapoor) ଫିଲ୍ମ ‘ବାଗୀ 3’ ଲକଡାଉନ ପୂର୍ବରୁ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ଦର୍ଶକଙ୍କ ଖୁବ ପ୍ୟାର ମିଳିଥିଲା, କିନ୍ତୁ ସେତେବେଳେ କରୋନା ଭାଇରସର ପ୍ରକୋପ ଫେଲି ଯାଇଥିଲା ଏବଂ ଲକଡାଉନ କାରଣରୁ ସିନେମା ଘର ବନ୍ଦ ହୋଇଯାଇଥିଲା । ଏହି ଫିଲ୍ମରେ ତାଙ୍କର ଯୋଡି ଟାଇଗର ଶ୍ରଫଙ୍କ ସହ ଦେଖିବାକୁ ମିଳିଥିଲା । ‘ବାଗୀ 3’ ପୂର୍ବରୁ ଶ୍ରଦ୍ଧା କପୁର ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର 3ଡ଼ି’ରେ ନଜର ଆସିଥିଲେ, ଯେଉଁଥିରେ ତାଙ୍କ ସାଥିରେ ଆକ୍ଟର ବରୁଣ ଧାୱନ ଏବଂ ନୋରା ଫତେହି ମଧ୍ୟ ନୀଡ଼ ରୋଲରେ ଦେଖାଦେଇଥିଲେ ।


ସେୟାର କରନ୍ତୁ