ରାଜ୍ୟରେ ସୁସ୍ଥ ହେଲେ 203 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 5705

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 203 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 5705ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 203 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ 38 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 37 ଜଣ, ଗଜପତି ଜିଲ୍ଲାରୁ 19 ଜଣ, କଟକ ଜିଲ୍ଲାରୁ 18 ଜଣ, ଜଗତ‌ସିଂହପୁର ଜିଲ୍ଲାରୁ 18 ଜଣ, ସମ୍ବଲପୁର ଜିଲ୍ଲାରୁ 12 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 12 ଜଣ, ଢେଙ୍କାନାଳ ଜିଲ୍ଲାରୁ 10 ଜଣ, ଯାଜପୁର ଜିଲ୍ଲାରୁ 8 ଜଣ, ବରଗଡ଼ ଜିଲ୍ଲାରୁ 7 ଜଣ, ମୟୂରଭଂଜ ଜିଲ୍ଲାରୁ 6 ଜଣ, ରାୟଗଡ଼ା ଜିଲ୍ଲାରୁ 5 ଜଣ, ବାଲେଶ୍ୱର ଓ କନ୍ଧମାଳ ଜିଲ୍ଲାରୁ 3 ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ 2 ଜଣ ଏବଂ ଦେବଗଡ଼, ଝାରସୁଗୁଡ଼ା, ମାଲକାନଗିରି, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ