ଟି-ସିରିଜ ମାଲିକ ଭୂଷଣ କୁମାରଙ୍କ ଉପରେ ଚିଡ଼ିଲେ ସୋନୁ ନିଗମ,କହିଲେ- ତୁ ଭୁଲ ଲୋକ ସହିତ ପଙ୍ଗା ନେଉଛୁ, ପୋଷ୍ଟ କରିଦେବି…

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦେଶର ମଶହୂର ପ୍ଲେବ୍ୟାକ ସିଂଗର ସୋନୁ ନିଗମ ଏହି ନିକଟରେ ଏକ ଭିଡ଼ିଓ ଜାରି କରି ବଲିଓଡ଼ର ଜଣେ ଅଭିନେତାଙ୍କ ଉପରେ ଚିଡ଼ିଛନ୍ତି ଏବଂ ଏହା ସାଥିରେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ମଧ୍ୟ ମନମାନି ହେବାର ଆରୋପ ଲଗାଇଛନ୍ତି, ତେବେ ଏହି ସମୟରେ ସେ କାହାରି ନାମ ନେଇନାହାନ୍ତି, କିନ୍ତୁ ସୋନୁଙ୍କ ଦ୍ୱରା ଜାରି କରାଯାଇଥିବା ଏକ ନୂଆ ଭିଡିଓରେ ସେ ଟି-ସିରିଜର ଚେୟାରମ୍ୟାନ ଏବଂ ଏମଡ଼ି ଭୂଷଣ କୁମାରଙ୍କ ଉପରେ ସିଧା ଭାବରେ ନିଶାନା ସାଧିଛନ୍ତି । ସୋନୁ ସୋମବାର ସକାଳେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସାଝା କରିଛନ୍ତି,ଯେଉଁ କ୍ୟାପସନରେ ସେ ଲେଖିଲେ,’ଲାତର ମାଫିଆ କଥାରେ ମାନନ୍ତି ନାହିଁ ।’

ଭିଡିଓରେ ସେ କହୁଛନ୍ତି,’ଭୂଷଣ କୁମାର ଏବେ ତୋ ତୋର ନାମ ନେବାକୁ ପଡିବ ମୋତେ । ଆଉ ଏବେ ତୁ ତୁ’ର ଲାଇକ ଅଟୁ । ତୁ ଭୁଲ ଲୋକ ସାଥିରେ ପଙ୍ଗା ନେଇଅଛୁ ।’

ସୋନୁ ଆଗକୁ କହୁଛନ୍ତି, ମୋ ଘରକୁ ଆସି କହୁଥିଲୁ ଭାଇ ମୋ ଆଲବମ କରିଦିଅ, ଭାଇ ମୋତେ ସାହାରା ଶ୍ରୀଙ୍କ ସହ ସାକ୍ଷାତ କରାଇଦିଅ, ସ୍ମିତା ଠାକରେଙ୍କ ସହ ସାକ୍ଷାତ କରାଇଦିଅ, ବାଲ ଠାକରେଙ୍କ ସହ ସାକ୍ଷାତ କରାଇଦିଅ, ଅବୁ ସଲେମ ଗାଳି ଦେଉଛି… ମାନେ ଅଛି ନାଁ ? ମାନେ ଅଛି କି ନାହିଁ ଏ ସବୁ ଜିନିଷ ? ଏବେ ମୁଁ ତୋତେ କହୁଛି ମୋ ସାଥିରେ ଲାଗେନା ।’

ସୋନୁ ଆଗକୁ କହିଛନ୍ତି ମରିନା କୁଁବର ମନେଅଛି ତ, ସେ କାହିଁକି କହିଲେ ଏବଂ କାହିଁକି ଵ୍ୟାକଆଉଟ ହେଲେ ..? ମୁଁ ଜାଣିନି । କିନ୍ତୁ ମିଡ଼ିଆ ଜାଣିଛି ମାଫିଆ କି ପ୍ରକାରରେ ଫକ୍ସନ କରିଥାଏ । ତାର ଭିଡିଓ ମଧ୍ୟ ମୋ ପାଖରେ ଅଛି । ଏବେ ଯଦି ତୁ ମୋ ସାଥିରେ ପଙ୍ଗା ନେବୁ, ତାହେଲେ ତାର ଭିଡିଓ ମୁଁ ମୋର ୟୁଟ୍ୟୁବ ଚାନେଲରେ ଛାଡ଼ିଦେବି,ବୁଝିଲୁ । ସେଥିପାଇଁ ମୋ ସାଙ୍ଗେ ଲାଗନି ।’

View this post on Instagram

You might soon hear about Suicides in the Music Industry.

A post shared by Sonu Nigam (@sonunigamofficial) on

ତେବେ ଜାରି କରାଯାଇଥିବା ନିଜର ଭିଡିଓରେ ସୋନୁ ନିଗମ ନାମ ନ ନେଇ କରି ଦୁଇ ମ୍ୟୁଜିକ କମ୍ପାନୀକୁ ଏହି କଥାର ଅପିଲ କରିଛନ୍ତି କି ଏହି ଇଣ୍ଡଷ୍ଟ୍ରିକୁ ଆସୁଥିବା ନୂଆ କଳାକାର ମାନଙ୍କୁ କିଛି ଦାୟାଭାବ ରଖନ୍ତୁ, ନାହିଁ ତ ସୁଶାନ୍ତ ସିଂ ରାଜପୁତଙ୍କ ଭଳି ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ମଧ୍ୟ ଆଉ କେଉଁ କଳାକାରଙ୍କ ଆତ୍ମହତ୍ୟାର ଖବର ଆସିବ ।


ସେୟାର କରନ୍ତୁ