ରାଜ୍ୟରେ ସୁସ୍ଥ ହେଲେ 73 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 3047ରେ ପହଞ୍ଚିଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 73 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3047ରେ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ‌ ଜରିଆରେ ଏହି ସୂଚନା ଦିଆଯାଇଛି । ତେବେ ଏହି ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାରୁ ସର୍ବାଧିକ 14 ଜଣ, କେନ୍ଦୁଝରରୁ 11 ଜଣ, ଖୋର୍ଦ୍ଧାରୁ 10 ଜଣ, ଭଦ୍ରକରୁ 9 ଜଣ, ଯାଜପୁରରୁ 7 ଜଣ, ମୟୂରଭଂଜରୁ 6 ଜଣ, ଗଂଜାମରୁ 4 ଜଣ, କଟକରୁ 3 ଜଣ, ଜଗତସିଂହପୁର, ବାଲେଶ୍ୱର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ 2 ଜଣ ଲେଖାଏଁ ଓ ବଲାଙ୍ଗୀରରୁ ଜଣେ ବ୍ୟକ୍ତି କରୋନା ରୋଗରୁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ